ଗ୍ରାହକଙ୍କୁ ସୁନା ମାନ, ମାପ ଓଜନରେ ଠକୁଛନ୍ତି ସୁନା ଦୋକାନୀ । ଆଜି ବିଧାନସଭା ଗୃହରେ ରଣେନ୍ଦ୍ର ସ୍ବାଇଁଙ୍କ ପ୍ରଶ୍ନର ଉତ୍ତରରେ ଖାଉଟି କଲ୍ୟାଣ ମନ୍ତ୍ରୀ ଏହି ଭଳି କହିଛନ୍ତି । ସେ କହିଛନ୍ତି ଗ୍ରାହକଙ୍କୁ ଠକିଥିବା ଅଭିଯୋଗରେ ୫ ମାସରେ ୧୧୬ ସୁନା ବ୍ୟବସାୟୀଙ୍କ ନାଁରେ ମାମଲା ହୋଇଛି । ଏହା ସହ ୫ ମାସରେ ୩୧୨୫ ଚଢାଉ କରିଛି ଖାଉଟି କଲ୍ୟାଣ ବିଭାଗ । ରେଡ୍ ବେଳେ ୧୧୬ ସୁନା ବ୍ୟବସାୟୀ ଧରାପଡ଼ିଛନ୍ତି । ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ ହେବା ସହ ସେମାନଙ୍କ ଠୁ ୩ ଲକ୍ଷ ୧୩ ହଜାର ୮୦୦ ଟଙ୍କାର ଫାଇନ ଆଦାୟ କରାଯାଇଛି । ସେ ଆଉ ମଧ୍ୟ କହିଛନ୍ତି ଗଞ୍ଜାମ, ଖୋର୍ଦ୍ଧା, କଟକ ଜିଲ୍ଲାରେ ଗ୍ରାହକ ସର୍ବାଧିକ ଠକେଇର ଶିକାର ହୋଇଥିବା ଜଣାପଡିଛି। ଅଭିଯୋଗ ପରେ ଗତବର୍ଷ ଧରାପଡ଼ିଥିଲେ ୪୯୫ ସୁନା ବ୍ୟବସାୟୀ । ତାଙ୍କ ପାଖରୁ ୧୫ ଲକ୍ଷ ୩୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିଲା। Post navigation ରାଜ୍ୟରେ କୁକୁରଙ୍କ ପାଇଁ ଶ୍ମଶାନ ତିଆରି କରିବେ ସରକାର ! ବିଧାନସଭା ଆଗରେ ଓଡ଼ିଶା ଗୋଷ୍ଠୀ ସହାୟିକା ସଂଘର ଆନ୍ଦୋଳନ