ଆକାଶଛୁଆଁ ହେଲା ସୁନା ଦର । ଦିନକୁ ଦିନ ସୁନା ଓ ରୁପା ଦର ହୁ ହୁ ହୋଇ ବଢିଚାଲିଛି। ଭାରତୀୟ ବଜାରରେ ଦେଢ ଲକ୍ଷ ଟପିଛି ସୁନା ଦର। ୨୪ କ୍ୟାରେଟ୍ ଦେଢ଼ଲକ୍ଷ ଟପିଥିବା ବେଳେ ୨୨ କ୍ୟାରେଟ୍ ଦାମ୍ ୧ ଲକ୍ଷ ୪୧ ହଜାର ୯ ଶହ ଟଙ୍କା ଓ ୧୮ କ୍ୟାରେଟ୍ ଦାମ୍ ୧ ଲକ୍ଷ ୧୬ ହଜାର ୧୧୦ ଟଙ୍କା ଟପିଛି। ଦିଲ୍ଲୀ ଓ ମୁମ୍ବାଇରେ ମଧ୍ୟ ସୁନା-ରୂପାର ଦରରେ ରେକର୍ଡ ଭାଙ୍ଗିଛି । ବୁଲିଅନ୍ ଡାଟା ଅନୁଯାୟୀ, ଦିଲ୍ଲୀରେ ୧୦ ଗ୍ରାମ ସୁନା ପ୍ରାୟ ୪.୨୮ ପ୍ରତିଶତ ବୃଦ୍ଧି ପାଇବା ସହିତ ୧,୫୭,୧୩୦ ଟଙ୍କାକୁ ଛୁଇଁଛି। ରୂପା ମଧ୍ୟ ପ୍ରାୟ ୨ ପ୍ରତିଶତ ବଢ଼ି ୩,୨୯,୦୨୦ ଟଙ୍କା ପ୍ରତି କିଲୋ ହୋଇଛି। ମୁମ୍ବାଇରେ ୨୪ କ୍ୟାରେଟ୍ ସୁନା ୧,୫୭,୪୦୦ ଟଙ୍କା ଓ ରୂପା ୩,୨୯,୫୮୦ ଟଙ୍କା ପ୍ରତି କିଲୋ ଦରରେ ଟ୍ରେଣ୍ଡିଙ୍ଗ କରୁଛି। ସୂଚନା ଯୋଗ୍ୟ; ଇତିହାସରେ ପ୍ରଥମ ଥର ପାଇଁ ସୁନା ଦର ଦେଢ଼ ଲକ୍ଷ ଟପିସାରିଛି। ସେହିପରି ରୂପ ଦରରେ ଅହେତୁକ ବୃଦ୍ଧି ଘଟି ଏକ କେଜି ପିଛା ୩ ଲକ୍ଷ ୪୦ ହଜାରରେ ପହଁଚିଛି।ବିବାହ ସିଜନରେ ମଧ୍ୟବିତ୍ତ ପରିବାର ଉପରେ ପ୍ରହାର ହୋଇଛି। ଗତ ବର୍ଷକ ମଧ୍ୟରେ ସୁନା ଏବଂ ରୂପ ଦରରେ ଅହେତୁକ ବୃଦ୍ଧି ଘଟିଛି। ୨୦୦୦ ମସିହାରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ଥିଲା ମାତ୍ର ୪,୪୦୦ ଟଙ୍କା ଗତ ୩୦ ବର୍ଷ ମଧ୍ୟରେ ଭାରତରେ ସୁନାର ମୂଲ୍ୟ ବାର୍ଷିକ ହାରାହାରି ୧୦.୮୩% ବଢିଛି। Post navigation Women Drivers For ‘Ama Bus’: ଆମ ବସ୍ ଚଳାଇବେ ମହିଳା ଡ୍ରାଇଭର