ଜିଏସଟି ଅଫିସରେ ସୁନା ଦୋକାନୀଙ୍କ ଭିଡ଼ । ଗତକାଲି ଭୁବନେଶ୍ବର ଏୟାରପୋର୍ଟରୁ ୮୦ କେଜି ସୁନା ଓ ଅନ୍ୟ କଣ୍ଟେନରରେ ଦେଢ କ୍ବିଣ୍ଟାଲ ରୂପା ଜବତ ହେବା ପରେ ଆଜି ଜିଏସଟି ଅଫିସରେ ପହଞ୍ଚିଲେ ଏକାଧିକ ସୁନା ଦୋକାନୀ । ସେଠାରେ ପହଞ୍ଚି ଦୋକାନୀମାନେ ନିଜ ନିଜର ସୁନା ସଂପର୍କିତ ତଥ୍ୟ ଦେଉଥିବାର ଦେଖା ଯାଇଛି । ଏହାପରେ ଇନଭଏସ୍‌ କପି ନେଇ ତଦନ୍ତକାରୀ ଟିମ୍‌କୁ ଦେଖାଉଛନ୍ତି ।

ସୂଚନା ମୁତାବକ; ଗତକାଲି ମୁମ୍ବାଇରୁ ଭୁବନେଶ୍ବରକୁ ଚାଲାଣ ବେଳେ ଭୁବନେଶ୍ବର ଏୟାରପୋର୍ଟରୁ ଚଢ଼ାଉ କରି ବହୁ ପରିମାଣର ସୁନା-ରୁପା ଜବତ ସହ ୪ଜଣଙ୍କୁ ଅଟକ ରଖିଥିଲା ସିଜିଏସଟି। ଜବତ ହୋଇଥିବା ଦୁଇଟି କଣ୍ଟେନରରେ ମଧ୍ୟରୁ ଗୋଟିକର ପାଖାପାଖି ୮୦ କେଜି ସୁନା ଓ ଅନ୍ୟ କଣ୍ଟେନରରେ ଦେଢ କ୍ବିଣ୍ଟାଲ ରୂପା ଜବତ ହୋଇଥିବା ବେଳେ ଆଜି ନିଜ ନିଜ ସୁନା ରୂପକୁ ନେବାପାଇଁ ଜିଏସଟି କାର୍ଯ୍ୟାଳୟରେ ସୁନା ଦୋକାନୀଙ୍କ ଭିଡ଼ ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *