ସୁନା ଓ ରୂପା ମୂଲ୍ୟରେ ନିରନ୍ତର ବୃଦ୍ଧି ଜାରି ରହିଛି । ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୧୦,୫୦୯ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୦୧୩୦୦ ଟଙ୍କା ରହିଛି । ୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୮୨,୮୮୦ ଟଙ୍କା ହୋଇଛି । ଯାହା ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି । ଚଳିତ ବର୍ଷ ସୁଦ୍ଧା, ସୁନାର ମୂଲ୍ୟ ୩୪,୦୫୦ ଟଙ୍କା ବା ୪୩.୧୨ ପ୍ରତିଶତ ବୃଦ୍ଧି ପାଇଛି । ୩୧ ଡିସେମ୍ବର ୨୦୨୪ ରେ ସୁନାର ମୂଲ୍ୟ ୭୮,୯୫୦ ଟଙ୍କା ପ୍ରତି ୧୦ ଗ୍ରାମ ଥିଲା, ଯାହା ବର୍ତ୍ତମାନ ରେକର୍ଡ ସ୍ତରରେ ପହଞ୍ଚିଛି । ରୂପା ମୂଲ୍ୟ ୧ କିଲୋଗ୍ରାମ୍ ପିଛା ୧,୪୦,୦୦୦ ହୋଇଛି । ସୁନା ବୃଦ୍ଧିର ସବୁଠାରୁ ବଡ଼ କାରଣ ହେଉଛି ବିଶ୍ୱ ନୀତିଗତ ଅନିଶ୍ଚିତତା । ଆମେରିକାର ନୀତି ଓ ଡଲାରର ଦୁର୍ବଳତା ସୁନାର ମୂଲ୍ୟକୁ ସମର୍ଥନ କରିଛି । ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ଏହି ଅନିଶ୍ଚିତତା ଯୋଗୁଁ ନିବେଶକମାନେ ଏବେ ସୁନାକୁ ସୁରକ୍ଷିତ ନିବେଶ ବିକଳ୍ପ ଭାବରେ ବିବେଚନା କରୁଛନ୍ତି । ସୁନା ଦର ଆଗକୁ ଆହୁରି ବଢିବାର ସମ୍ଭାବନା ରହିଛି । ଯଦି ଆପଣ ସୁନାରେ ଲଙ୍ଗ ଟର୍ମରେ ନିବେଶ କରିବାକୁ ଚାହୁଁଛନ୍ତି, ତେବେ ଏହା ଉପଯୁକ୍ତ ସମୟ । ସୁନାରେ ନିବେଶ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ ହୋଇପାରେ । Post navigation ନାରୀ ହୋଇ ବି ମମତା ହୀନ ମମତା