ଆଜିଠୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଥର ଭାରତରେ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ବ୍ରୋଞ୍ଜ ଆୟୋଜିତ ହେଉଛି। ୨୦୧୭ ଏସିଆନ ଆଥଲେଟିକ୍ସର ସଫଳ ଆୟୋଜନ ପରେ ଓଡିଶାରେ ଟ୍ରାକ ଆଣ୍ଡ ଫିଲଡର ଏହା ଦ୍ଵିତୀୟ ଅନ୍ତର୍ଜାତୀୟ ପ୍ରତିଯୋଗିତା । ତେବେ ଗୋଟିଏ ଗ୍ରାଉଣ୍ଡରେ ଏକାଠି ହେବାକୁ ଯାଉଛନ୍ତି ୧୭ଟି ଦେଶର ୨୨୫ ପ୍ରତିଯୋଗୀ। ତେବେ କଳିଙ୍ଗ ଷ୍ଟାଡିୟମରେ ମୋଟ ୧୯ଟି ଇଭେଣ୍ଟରେ ହେବ। ସେଥିପାଇଁ ଓଡି଼ଶାରେ ଆସି ପହଞ୍ଚିଛନ୍ତି ଦେଶ ବିଦେଶର ଖେଳାଳି ।

ଅଲିମ୍ପିଆନ ଶ୍ରାବଣୀ ନନ୍ଦ, ପ୍ରଜ୍ଞା ପାରମିତା, ଲାଲୁ ପ୍ରସାଦ ଭୋଇ ଓ ଅନିମେଷ କୁଜୁର ଏହି ଅନ୍ତର୍ଜାତୀୟ ଇଭେଣ୍ଟରେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ବ କରିବେ। ତେବେ ଆଥଲେଟମାନେ ଆସନ୍ତା ମାସରେ ଟୋକିଓରେ ହେବାକୁ ଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ ପାଇଁ ଯୋଗ୍ୟତା ମାର୍କ ସୁରକ୍ଷିତ କରିବା ପାଇଁ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଲକ୍ଷ୍ୟ ରଖିବେ। ଏଠାରେ ଦୃଢ଼ ଫଳାଫଳ ସେମାନଙ୍କୁ ଚାମ୍ପିଅନସିପରେ ସିଧାସଳଖ ପ୍ରବେଶ ପାଇଁ ମୂଲ୍ୟବାନ ରାଙ୍କିଂ ପଏଣ୍ଟ ଅର୍ଜନ କରିବାରେ ମଧ୍ୟ ସାହାଯ୍ୟ କରିପାରେ।

Leave a Reply

Your email address will not be published. Required fields are marked *