girl-student-dies-in-diarrhoea-outbreak-in-rayagada
ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ମୁନିଗୁଡା ନଳିନୀ ବିଦ୍ୟାମନ୍ଦିର ହଷ୍ଟେଲରେ ଝାଡ଼ାବାନ୍ତି ଆତଙ୍କ ଲାଗିଛି । ଏହି ଘଟଣାରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀ ଲଗ୍ନା ଉର୍ଲାକା ଝାଡ଼ାବାନ୍ତି ଓ ଜ୍ୱରରେ ମୃତ୍ୟୁ ବରଣ କରିଛନ୍ତି ।
 
ସମସ୍ତ ଛାତ୍ରୀଙ୍କ ଚିକିତ୍ସା କରାଯାଉଥିବା ବେଳେ ଲଗ୍ନାଙ୍କୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ପରିବାର ଘରକୁ ନେଇଥିବା ବେଳେ ନିଜ ଘରେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ପ୍ରଧାନ ଶିକ୍ଷୟତ୍ରୀ ସୂଚନା ଦେଇଛନ୍ତି ।
 
୩୦ରୁ ଊର୍ଦ୍ଧ୍ୱ ବିଷମକଟକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ରାତ୍ରି ଭୋଜନରେ ଚାରୁ ପାଣି ଓ ଶାଗୁ ଖାଇଥିବା ଛାତ୍ରଛାତ୍ରୀଙ୍କ ଅଭିଯୋଗ ହୋଇଛି ।
 
ଖାଦ୍ୟ ବିଷକ୍ରିୟା ହୋଇଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳକୁ ମେଡିକାଲ ଟିମ୍ ଯାଇଛନ୍ତି । ବର୍ତମାନ ଏହି ବିଦ୍ୟାଳୟରେ ଅସୁସ୍ଥଙ୍କ ସଂଖ୍ୟା ଧିରେ ଧିରେ ଅଣାୟତ ହେବାର ଲାଗିଥିବା ବେଳେ ଜିଲ୍ଲାର ମେଡିକାଲ ଟିମ ବିଦ୍ୟାଳୟରେ ପହଞ୍ଚିଥିବା ଥିବା ଜଣାପଡିଛି ।
 
 

By Nirvay

Leave a Reply

Your email address will not be published. Required fields are marked *