ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କ ପ୍ରଚାର। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗୁଛନ୍ତି ଭୋଟ। ପ୍ରଥମେ ସମ୍ବଲପୁର ଭୂତପଡ଼ା ଠାରୁ ସୁନାପାଲୀ ଯାଏ କରିଛନ୍ତି ରୋଡ୍ ସୋ । ଏହା ପରେ କ୍ଷେତରାଜପୁର ଗୁଜରାଟୀ ସମାଜ ପଡ଼ିଆରେ ଜମସଭାକୁ ସମ୍ବୋଧନ କରିବେ। ପରେ ପରେ ହୀରାକୁଦରେ ଜନସଭାକୁ ସମ୍ବୋଧନ କରିବେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ। ସନ୍ଧ୍ୟା ବେଳେ ବୁର୍ଲାରେ କରିବେ ଜନସଭା। ସମ୍ବଲପୁରରେ ରୋଡ୍‌ ସୋ ବେଳେ ବିଜେଡି ସରକାର ଉପରେ ବର୍ଷିବା ସହ ବଡ ବୟାନ ଦେଇଛନ୍ତି ଗିରିରାଜ।ଓଡ଼ିଶାର ଅସ୍ମିତା ବିପଦରେ ଅଛି। ନୀବନ ବାବୁଙ୍କୁ ୭୭ ହେଲାଣି। ତେଣୁ ଏହି ନିର୍ବାଚନରେ ପାଣ୍ଡିଆନଙ୍କୁ ନବୀନ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେବେ। କିନ୍ତୁ ଆମେ ଏହାକୁ ହେବାକୁ ଦେବୁ ନାହିଁ।

ଏଥର ଓଡ଼ିଶାରେ ଭାଜପା ସରକାର ଗଢିବ ବୋଲି ଗିରିରାଜ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଓଡ଼ିଶାରେ ସରକାର ବଦଳିବ। ଓଡ଼ିଶାବାସୀ ବାହାର ଲୋକ ମୁଖ୍ୟମନ୍ତ୍ରୀ ହେବାକୁ ବିରୋଧ କରିବା କଥା, ଓଡ଼ିଆ ପୁଅ ମୁଖ୍ୟମନ୍ତ୍ରୀ ହେଉ। ଭାଜପା ସରକାର ହେବ, ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବି ହେବ। ଓଡ଼ିଶାରେ ଶାସନ ହିଁ ନାହିଁ। ନବୀନ ବାବୁ ନଜର ବନ୍ଦୀ ରହିଛନ୍ତି। ଓଡ଼ିଆ ଅସ୍ମିତାକୁ ବଞ୍ଚାଇବା ପାଇଁ ନୂତନ ସରକାର ଗଢ଼ିବୁ ବୋଲି ସେ କହିଛନ୍ତି।

By Nirvay

Leave a Reply

Your email address will not be published. Required fields are marked *