ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ଅଧିକାରୀ। ୪୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବଲାଙ୍ଗର ଭୂତଳ ଜଳ ଉନ୍ନୟନ ଖଣ୍ଡର ଜିଓଲୋଜିଷ୍ଟ (ଭୂତତ୍ତ୍ୱବିତ) ଅସୀମ ଅଂଶୁମାନ ନାୟକ। କନସଲଟାନ୍ସି ଫି’ କରାଇଦେବା ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ପୂର୍ବରୁ ୧୦ ହଜାର ଟଙ୍କା ନେଇଥିବା ବେଳେ ବୁଧବାର ଆଉ ୪୦ ହଜାର ନେଉଥିବାବେଳେ ଭିଜିଲାନ୍ସ ଟିମ ମାଡି ବସିଥିଲା।

ସମ୍ବଲପୁରର ତପନ ମହାନ୍ତି ନାମକ ଜଣେ ହିତାଧିକାରୀଙ୍କୁ ଜଳ ସଂରକ୍ଷଣ ପ୍ରକଳ୍ପର କନସଲଟାନ୍ସି ଫି’ କରାଇଦେବା ପାଇଁ ଲାଞ୍ଚ ମାଗିଥିଲେ। ଏ ନେଇ ତପନ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ତେବେ ଯୋଜନା ଅନୁସାରେ ଆଜି ଅଫିସରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଧରିଥିଲା। ବଲାଙ୍ଗୀର, ବରଗଡ଼, ସମ୍ବଲପୁର ଟିମ ମିଳିତ ଭାବେ ଚଢ଼ଉ କରିଥିଲେ। ବଲାଙ୍ଗିର ଅଫିସ, ଭଡା ଘର ଏବଂ ସମ୍ବଲପୁର ଘରେ ଚଢ଼ଉ ଜାରି ରହିଛି । ଭଡା ଘରୁ ଭିଜିଲାନ୍ସ ବିଭାଗ ୧ ଲକ୍ଷ ୬୮ ହଜାର ଟଙ୍କା ଜବତ କରିଛି।

Leave a Reply

Your email address will not be published. Required fields are marked *