ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ‘ଆଇଏସଆଇଏସ କଶ୍ମୀର’ ପକ୍ଷରୁ ମିଳିଲା ହତ୍ୟା ଧମକ । ଏକ ଇମେଲ ଜରିଆରେ ଏହି ଧମକ ଦିଆଯାଇଥିବା ଜଣାପଡିଛି । ଏ ନେଇ ଦିଲ୍ଲୀ ପୋଲିସ ସହିତ ଯୋଗାଯୋଗ କରି ଏଫଆଇଆର ପାଇଁ ଏକ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରିବା ସହ ତାଙ୍କ ପରିବାରର ସୁରକ୍ଷା ପାଇଁ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଥିଲେ । ଯାହା ପରେ ଦିଲ୍ଲୀ ପୁଲିସ ଗମ୍ଭୀରଙ୍କ ବାସଭବନ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି।

ଏହା ସହ ଦିଲ୍ଲୀ ପୁଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି ଏବଂ ଇମେଲ ପଠାଇଥିବା ଆକାଉଣ୍ଟର ତଥ୍ୟ ସଂଗ୍ରହ କରିବା ପାଇଁ ଗୁଗଲକୁ ଯୋଗାଯୋଗ କରିଛି।

ପୂର୍ବରୁ ମଧ୍ୟ ଗୌତମ ଗମ୍ଭୀର ସାଂସଦ ଥିବା ବେଳେ ଏହି ଇମେଲରୁ ତାଙ୍କୁ ଓ ତାଙ୍କ ପରିବାରକୁ ହତ୍ୟା କରିବାର ଧମକ ଦିଆଯାଇଛି। ସେହି ସମୟରେ ଦିଲ୍ଲୀ ପୁଲିସର ଇଣ୍ଟେଲିଜେନ୍ସ ଫ୍ୟୁଜନ ଆଣ୍ଡ ଷ୍ଟ୍ରାଟେଜିକ ଅପରେସନ୍ସ (IFSO) ଏକାଡେମୀ ଏହି ଧମକଗୁଡ଼ିକର ଉତ୍ସ ପାକିସ୍ତାନରୁ ହୋଇଥିବା ଚିହ୍ନଟ କରିଥିଲେ ।

Leave a Reply

Your email address will not be published. Required fields are marked *