ଆଦାନୀ ଗ୍ରୁପ୍ର ଚେୟାରମ୍ୟାନ୍ ତଥା ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କ ପାଇଁ ଆମେରିକାରେ ଲାଗିଛି ବଡ ଝଟ୍କା । ଆମେରିକୀୟ ନିବେଶକଙ୍କୁ ଠକିବା ଏବଂ ଅଧିକାରୀମାନଙ୍କୁ ଲାଞ୍ଚ ଦେବା ଅଭିଯୋଗ ପରେ ଆମେରିକାର କୋର୍ଟରେ ଏହି ମାମଲାର ଶୁଣାଣି କରି ଗୌତମ ଆଦାନୀ ଦୋଷି ସାବ୍ୟସ୍ତ କରି ଆଦାନୀଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଛି। ଏହି ମାମଲାରେ ନାମକରଣ ହେବା ପରେ ଆଦାନୀ ଗ୍ରୁପ୍ ଆମେରିକାରେ ୬୦୦ ମିଲିୟନ୍ ଡଲାରର ଏକ ବଣ୍ଡକୁ ବାତିଲ କରିଦିଆଯାଇଛି । ଅଭିଯୋଗ ଅନୁଯାୟୀ ଆମେରିକାରେ ଗୌତମ ଆଦାନୀ ନିଜ କମ୍ପାନୀ ପାଇଁ କଣ୍ଟ୍ରାକ୍ଟ ପାଇବା ଏବଂ ଏହାକୁ ଲୁଚାଇବା ପାଇଁ ସେ ୨୬୫ ମିଲିୟନ ଡଲାର ବା ୨୨୩୬ କୋଟି ଟଙ୍କା ଲାଞ୍ଚ ଦେଇଥିବାର ଅଭିଯୋଗ ହୋଇଛି। ଏହି ସମଗ୍ର ବିଷୟ ଆଦାନୀ ଗ୍ରୁପ୍ କମ୍ପାନୀ ଆଦାନୀ ଗ୍ରୀନ୍ ଏନର୍ଜି ଲିମିଟେଡ୍ ଏବଂ ଅନ୍ୟ ଏକ ସଂସ୍ଥା ସହିତ ଜଡିତ ଥିବା ସୂଚନା ମିଳିଛି। ବୁଧବାର ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ ଗୌତମ ଆଦାନୀଙ୍କ ପୁତୁରା ସାଗର ଆଦାନୀ, ଆଦାନୀ ଗ୍ରୀନ୍ ଏନର୍ଜି ଲିମିଟେଡର ଅଧିକାରୀ ତଥା ଅନ୍ୟ ଏକ ସଂସ୍ଥା ଆଜୁର୍ ପାୱାର୍ ଗ୍ଲୋବାଲ୍ ଲିମିଟେଡ୍ର କାର୍ଯ୍ୟନିର୍ବାହୀ ସିରିଲ୍ କାବାନ୍ସଙ୍କ ବିରୋଧରେ ମଧ୍ୟ ମାମଲା ଦାୟର କରିଛନ୍ତି । ନ୍ୟୁୟର୍କର ଫେଡେରାଲ କୋର୍ଟରେ ହୋଇଥିବା ଏକ ଶୁଣାଣିରେ ଗୌତମ ଆଦାନୀଙ୍କ ସମେତ ୮ ଜଣ ଲୋକ କୋଟି କୋଟି ଟଙ୍କାର ଠକେଇ କରିଥିବା ଏବଂ ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଥିଲା। ଏହା ପରେ ଗୌତମ ଆଦାନୀଙ୍କ ନାଁରେ ଗିରଫ ଆଦେଶନାମା ଜାରି ହୋଇଥିବା ସୂଚନା ମିଳିଛି । ରିପୋର୍ଟ ଅନୁସାରେ ଗୌତମ ଆଦାନୀ ଏବଂ ତାଙ୍କ ପୁତୁରା ସାଗର, ଅନ୍ୟ ୭ଜଣ ଅଭିଯୁକ୍ତଙ୍କ ସହିତ, ସେମାନଙ୍କର ଅକ୍ଷୟ ଶକ୍ତି କମ୍ପାନୀ ପାଇଁ ଚୁକ୍ତିନାମା ପାଇବା ଏବଂ ଭାରତର ସର୍ବ ବୃହତ ସୌର ବିଦ୍ୟୁତ୍ ଉତ୍ପାଦନ ପ୍ରକଳ୍ପର ବିକାଶ ପାଇଁ ପ୍ରାୟ ୨୬୫ ନିୟୁତ ଡଲାର୍ ଲାଞ୍ଚ ଦେଇଥିଲେ। ଦାବି କରାଯାଇଥିଲା ଯେ ଏହି ସମଗ୍ର ବିଷୟ କୋଟି କୋଟି ଡଲାରର ଲାଭ ସହିତ ଜଡିତ । ଅଭିଯୋଗ ହୋଇଛି ଯେ ୨୦୨୦ ରୁ ୨୦୨୪ ମଧ୍ୟରେ ଏହି ଲାଞ୍ଚ ଅଧିକାରୀମାନଙ୍କୁ ଦିଆଯାଇଥିଲା। ଏହା ସହିତ, ଏହା ମଧ୍ୟ ଅଭିଯୋଗ ହୋଇଥିଲା ଯେ ଏହି ଲାଭ ପାଇଁ ଆମେରିକା ସମେତ ଅନ୍ୟ ଦେଶର ନିବେଶକ ଏବଂ ବ୍ୟାଙ୍କଗୁଡିକ ସତ ଲୁଚାଇଥିଲେ । Post navigation ସୂରଜଙ୍କୁ ଫୁଲ୍ କ୍ରେଡିଟ୍ ନେବାକୁ ଦେଲେନି ସଂଜୟ ବିରଜା ହାଟ ସ୍ଥାନାନ୍ତରକୁ ନେଇ ଦୁଇ ଗୋଷ୍ଠି ମୁହାଁମୁହିଁ; ହାଟକୁ ସାମୟିକ ଭାବେ ବନ୍ଦ କଲା ପ୍ରଶାସନ