ଗଞ୍ଜାମ ବିଜେଡିକୁ ଶକ୍ତ ଝଟ୍‌କା । ଶଙ୍ଖ ଛାଡି ବିଜେପିରେ ମିଶିଲେ ବ୍ଲକ ଅଧ୍ୟକ୍ଷା । ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଆଜି ବିଜେପିରେ ସାମିଲ ହୋଇଛନ୍ତି । ଅଧ୍ୟକ୍ଷାଙ୍କ ସ୍ବାମୀ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷା ସୁରଥ ପ୍ରଧାନ ବି ସାମିଲ୍‌ ହୋଇଛନ୍ତି ।

ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ଉପସ୍ଥିତିରେ ସେମାନେ ବିଜେପିରେ ମିଶିଥିଲେ। ଦଳୀୟ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦିଆଯାଇ ସେମାନଙ୍କୁ ସ୍ୱାଗତ କରାଯାଇଥିଲା ।

ଦଳ ବିରୋଧୀ କାର୍ଯ୍ୟ ଯୋଗୁ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଓ ତାଙ୍କ ସ୍ବାମୀ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପାହାନଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *