ଶିକ୍ଷକଙ୍କ ବଦଳି କ୍ଷମତା ପ୍ରତ୍ୟାହାର ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ବର ବେହେର। ସେ ଲେଖିଛନ୍ତି ବିଧାୟକମାନେ ନିଜ ଜିଲ୍ଲା ଭିତରେ ପ୍ରତିବର୍ଷ ୧୫ଜଣ ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀଙ୍କ ବଦଳି ପାଇଁ ସୁପାରିସ କରିପାରିବେ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ବିଧାୟକଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ବଦଳି ପାଇଁ ଶହଶହ ଆବେଦନ ଆସୁଥିବାରୁ ବିଧାୟକମାନେ ଅସହାୟ ହୋଇପଡ଼ିଛନ୍ତି । ତେଣୁ ଉପରେ ପରୋକ୍ତ ସମସ୍ୟାଗୁଡ଼ିକୁ ଗମ୍ଭୀରତାର ସହିତ ବିଚାରକୁ ଚାରକୁ ନେଇ ୧୫ଜଣଙ୍କୁ ବଦଳି କରିବାର କ୍ଷମତାକୁ ପ୍ରତ୍ୟାହାର କରିନେବାକୁ ଗଣେଶ୍ବର ଅନୁରୋଧ କରିଛନ୍ତି।

ସେ ଆଉ ମଧ୍ୟ ଲେଖିଛନ୍ତି ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ ତାଙ୍କ ନିକଟକୁ ଗତ ୩ ତାରିଖ ସୁଦ୍ଧା ୮୧ଟି ଆବେଦନ ଆସି ସାରିଲାଣି। ଶିକ୍ଷକ ବନ୍ଧୁମାନେ ନିଜ ସମ୍ପର୍କୀୟଙ୍କ ଜରିଆରେ ବଦଳି ପାଇଁ ବିଧାୟକ ତଥା ସହଯୋଗୀଙ୍କ ଉପରେ ପ୍ରବଳ ଚାପ ପକାଉଛନ୍ତି। ବଦଳି ନ କଲେ ଭୋଟ୍‌ରେ ଉଚିତ ଜବାବ ଦିଆଯିବ ବୋଲି ପରୋକ୍ଷରେ ଧମକ ମଧ୍ୟ ଦେଉଛନ୍ତି ।

ସୂଚନା ଯୋଗ୍ୟ; ରାଜ୍ୟରେ ବିଧାୟକ ଏବଂ ଏମପିମାନଙ୍କ କ୍ଷମତା ବୃଦ୍ଧି କରିବା ପାଇଁ ଓଡ଼ିଶା ସରକାର ରାଜ୍ୟର ପ୍ରତ୍ୟେକ ବିଧାନସଭା ସଦସ୍ୟ (ବିଧାୟକ) ଏବଂ ସାଂସଦଙ୍କୁ ନିଜ ନିଜ ନିର୍ବାଚନ ମଣ୍ଡଳୀ ମଧ୍ୟରେ ସର୍ବାଧିକ ୧୫ ଜଣ ଶିକ୍ଷକଙ୍କ ବଦଳି ପାଇଁ ସୁପାରିଶ କରିବାକୁ ଅନୁମତି ଦେଇଛନ୍ତି। ସାଂସଦ ଓ ବିଧାୟକ ସୁପାରିସ କରିଥିବା ଶିକ୍ଷକଙ୍କ ବଦଳି ମେ’ ୧୫ରୁ ଜୁନ ମଧ୍ୟରେ କାର୍ଯ୍ୟକାରୀ କରାଯିବ।

Leave a Reply

Your email address will not be published. Required fields are marked *