ଆସନ୍ତା ୧ ସପ୍ତାହ ମଧ୍ୟରେ ମାଓମୁକ୍ତ ହେବ ଗନ୍ଧମାର୍ଦ୍ଦନ । ବରଗଡ଼ ଜିଲାର ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ଜଙ୍ଗଲରେ ୧୫ ଜଣ ମାଓବାଦୀ ଆତ୍ମସମର୍ପଣ କରିବା ପାଇଁ ଛତିଶଗଡ଼ ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଏହି ଚିଠି ପରେ ଓଡ଼ିଶାରେ କମ୍ବିଂ ଅପରେସନ ବନ୍ଦ କରାଯାଇଛି । ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ମାଓବାଦୀ ଆତ୍ମସମର୍ପଣ କରିବେ ବୋଲି ଖବର ମିଳିଛି । କହିରଖୁଛୁ ଯେ, ବରଗଡ଼ ଏବଂ ବଲାଙ୍ଗୀର ଜିଲ୍ଲା ମଧ୍ୟରେ ଛତିଶଗଡ଼ ସୀମାରେ ଅବସ୍ଥିତ ଗନ୍ଧମାର୍ଦ୍ଦନ ପାହାଡ଼ ଦୀର୍ଘଦିନ ଧରି ମାଓବାଦୀଙ୍କ ଗଡ଼ ସାଜିଥିଲା । ପୂର୍ବରୁ, ଗନ୍ଧମାର୍ଦ୍ଦନକୁ ମାଓବାଦୀମୁକ୍ତ କରାଯିବା ପାଇଁ ସମସ୍ତ ରଣନୀତି ପ୍ରସ୍ତୁତ ହୋଇ ସାରିଛି ବୋଲି ବରଗଡ଼ ଜିଲ୍ଲା ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଏଡିଜି) ସଞ୍ଜୀବ ପଣ୍ଡା କହିଥିଲେ । ମାଓବାଦୀଙ୍କ ଆତ୍ମସମର୍ପଣ ପାଇଁ ସରକାର ଆକର୍ଷଣୀୟ ପଲିସି କରିଛନ୍ତି। ଯେଉଁମାନେ ଆତ୍ମସମର୍ପଣ କରିବେ ସେମାନଙ୍କୁ ପୋଲିସ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ । Post navigation Bolivia Plane Crash: ବଲିଭିଆରେ ବିମାନ ଦୁର୍ଘଟଣା; ୧୫ ମୃତ୍ୟୁ, ୩୦ରୁ ଅଧିକ ଆହତ Govinda Dwadashi: ଆଜି ପବିତ୍ର ଗୋବିନ୍ଦ ଦ୍ୱାଦଶୀ; ପୁରୀରେ ବୁଡ ପକାଉଛନ୍ତି ଶ୍ରଦ୍ଧାଳୁ