ଦୀଘା ଜଗନ୍ନାଥ ମନ୍ଦିରକୁ ‘ଧାମ’ ନାମରେ ନାମିତ କରିବାକୁ ନେଇ ଦୁଇ ରାଜ୍ୟ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ଇସ୍କନକୁ ଚିଠି ଲେଖିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଇସ୍କନ ପରିଚାଳନା ମୁଖ୍ୟ ମାୟାପୁରୀର ଗୋବର୍ଦ୍ଧନ ଦାସଙ୍କୁ ଚିଠି ଲେଖିଛନ୍ତି ଗଜପତି ମହାରାଜା ।‌

ଦୀଘା ଜଗନ୍ନାଥ ମନ୍ଦିର ପରିଚାଳନା ଦାୟିତ୍ଵ ବା ଟ୍ରଷ୍ଟି ହେଉଛି ଇସ୍କନ ।‌ ଦୀଘା ମନ୍ଦିର ଟ୍ରଷ୍ଟିରେ ଇସ୍କନ ପ୍ରତିନିଧି ରହିଥିବାରୁ ପ୍ରଶ୍ନ ଉଠାଇଲେ ଗଜପତି । ଏଥିସହ ନୂଆ ମନ୍ଦିରରେ ସେବା ପୂଜା କରୁଥିବା କଥା ବି ଲେଖିଲେ । ସେ ଲେଖିଛନ୍ତି ପୁରୀ ହେଉଛି ଜଗନ୍ନାଥ ଧାମ, ଅନ୍ୟ କୌଣସି ସ୍ଥାନ ଜଗନ୍ନାଥ ଧାମ ନୁହେଁ ।ମୁକ୍ତି ମଣ୍ଡପ ପଣ୍ଡିତ ସଭା ମଧ୍ୟ ଶାସ୍ତ୍ରମୋଦିତ ତଥ୍ୟ ଦେଇ ସାରିଛନ୍ତି । ସନାତନ ବୈଦିକ ଧର୍ମର ସର୍ବୋଚ୍ଚ ଧାର୍ମିକ ଅଧିକାରୀ ହେଉଛନ୍ତି ପରମ ପୂଜ୍ୟ ଜଗତଗୁରୁ ଶଙ୍କରାଚାର୍ଯ୍ୟ । ମୁକ୍ତି ମଣ୍ଡପ ପଣ୍ଡିତ ସଭା ମଧ୍ୟ ଶାସ୍ତ୍ରମୋଦିତ ତଥ୍ୟ ଦେଇ ସାରିଛନ୍ତି ।

ସେ ଆଉ ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଏହି ବିଷୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଲେଖିଛନ୍ତି । ଏପରି ସ୍ଥିତିରେ ଦୀଘା ଜଗନ୍ନାଥ ମନ୍ଦିର ଟ୍ରଷ୍ଟରେ ଇସ୍କନ ପ୍ରତିନିଧି ଅଛନ୍ତି । ତେଣୁ ଆପଣଙ୍କ ପ୍ରତିନିଧିଙ୍କୁ ‘ଧାମ’ ଶବ୍ଦ ବ୍ୟବହାର ନ କରିବାକୁ ବୁଝାନ୍ତୁ ।

Leave a Reply

Your email address will not be published. Required fields are marked *