ଫ୍ରାନ୍ସରେ ରାସ୍ତାକୁ ଓହ୍ଲାଇଲେ ଆନ୍ଦୋଳନକାରୀ । ପ୍ରଧାନମନ୍ତ୍ରୀ ବଦଳିବାକୁ ବିରୋଧ କରି ରାଜରାସ୍ତାରେ ପ୍ରତିବାଦ କରି ୨୦୦ ଗିରଫ । ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ ନିଷ୍ପତ୍ତି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ । ଫ୍ରାନ୍ସ ସରକାରଙ୍କ ଭ୍ରଷ୍ଟାଚାର ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ଫ୍ରାନ୍ସର ଲକ୍ଷ ଲକ୍ଷ ପ୍ରଦର୍ଶନକାରୀ । ଉତ୍ୟକ୍ତ ଜନତା ରାସ୍ତାଘାଟ ସବୁଠି ବିଦ୍ରୋହ କରିବା ସହ ଟ୍ରାଫିକ୍ ପୋଷ୍ଟ ଭାଙ୍ଗିବା ଓ କିଛି ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି ଆନ୍ଦୋଳନକାରୀ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ସ୍ଥାନରେ ୮୦ ହଜାରରୁ ଅଧିକ ପୋଲିସଙ୍କୁ ମୁତୟନ କରାଯାଇଛି। ଏହା ସହ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ବ୍ୟାରିକେଡ ଲଗାଯାଇଛି। Post navigation ରାଜଧାନୀ କଲେଜରେ ଛାତ୍ର ଓ ଅଣଛାତ୍ର ମୁହାଁମୁହିଁ; ୨ ଛାତ୍ର ଆହତ ବଞ୍ଚିତ ହେବେନି ଯୋଗ୍ୟ ହିତାଧିକାରୀ; ଡୋର-ଟୁ-ଡୋର କରାଯିବ ସର୍ଭେ