Four Odia Among 14 Killed In Kolkata Hotel Fire
କୋଲକାତାର ଏକ ଘରୋଇ ହୋଟେଲର ଅଗ୍ନିକାଣ୍ଡରେ ୪ ଓଡ଼ିଆଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଜଗତସିଂହପୁର ଜିଲ୍ଲା ନନ୍ଦନ ଗାଁର ମନୋଜ ପାତ୍ର, ହରିପା ଗାଁର ଦୁଷ୍ମନ୍ତ କୁମାର ନାୟକ ଓ ଦୁଷ୍ମନ୍ତ କୁମାର ସ୍ୱାଇଁ । ସେହିଭଳି କଟକ ସିଡିଏ ଅଞ୍ଚଳର ଜଣେ ବ୍ୟବସାୟୀ ରାଜେଶ ସାନ୍ତୁକାଙ୍କର ମଧ୍ୟ ଏହି ଅଗ୍ନିକାଣ୍ଡରେ ମୃତ୍ୟୁ ହୋଇଛି ।
 
ସୂଚନା ଅନୁଯାୟୀ ଏମାନେ ଭୁବନେଶ୍ୱରରେ ଏକ ଘରୋଇ ଫାଇନାନ୍ସ କମ୍ପାନୀରେ କାମ କରୁଥିଲେ । କମ୍ପାନୀ କାମରେ କୋଲକାତା ଯାଇ ଋତୁରାଜ ହୋଟେଲରେ ରହୁଥିଲେ ।
 
ଗତକାଲି ହୋଟେଲରେ ହଠାତ୍‌ ନିଆଁ ଲାଗିଯିବା ଫଳରେ ହୋଟେଲରେ ଥିବା ୧୪ ଜଣଙ୍କର ମୃତ୍ୟୁ ହୋଇଥିଲା । ସେମାନଙ୍କ ମଧ୍ୟରୁ ଚାରି ଜଣ ଓଡ଼ିଆ ଯୁବକଙ୍କର ମୃତ୍ୟୁ ହୋଇଛି ।

By Nirvay

Leave a Reply

Your email address will not be published. Required fields are marked *