ରାଜ୍ୟସଭା ପାଇଁ ୪ ଜଣ ବିଶିଷ୍ଟ ବ୍ୟକ୍ତି ମନୋନୀତ ହୋଇଛନ୍ତି। ୪ ଜଣଙ୍କୁ ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟସଭା ପାଇଁ ମନୋନୀତ ହୋଇଥିବା ୪ ଜଣ ବିଶିଷ୍ଟ ବ୍ୟକ୍ତି ହେଲେ ସରକାରୀ ଓକିଲ ଉଜ୍ଜ୍ୱଳ ଦେବରାଓ ନିକମ, କେରଳର ବରିଷ୍ଠ ସମାଜସେବୀ ଏବଂ ଶିକ୍ଷାବିତ୍ ସି. ସଦାନନ୍ଦନ ମାଷ୍ଟର, ଭାରତର ପୂର୍ବତନ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରିଙ୍ଗ୍ଲା ଏବଂ ପ୍ରଖ୍ୟାତ ଐତିହାସିକ ଏବଂ ଶିକ୍ଷାବିତ୍ ମୀନାକ୍ଷୀ ଜୈନଙ୍କ ନାମ ରହିଛି। ପୂର୍ବରୁ ମନୋନୀତ ସଦସ୍ୟଙ୍କ ଅବସର ଯୋଗୁଁ ଖାଲି ପଡିଥିବା ଆସନକୁ ଦୃଷ୍ଟିରେ ରଖି ଏହି ନାମାଙ୍କନ କରାଯାଇଛି।

ସମ୍ବିଧାନର ଧାରା ୮୦(୧)(ଏ) ର ଧାରା (୩) ଦ୍ୱାରା ତାଙ୍କୁ ଦିଆଯାଇଥିବା କ୍ଷମତା ଅନୁଯାୟୀ ରାଷ୍ଟ୍ରପତି ମୁର୍ମୁ ଏହି ବ୍ୟକ୍ତିମାନଙ୍କୁ ରାଜ୍ୟସଭାରେ ନିଯୁକ୍ତ କରିଛନ୍ତି।

ଉଜ୍ଜ୍ୱଳ ନିକମଙ୍କୁ ଦେଶର ଜଣାଶୁଣା ସ୍ୱତନ୍ତ୍ର ସରକାରୀ ଓକିଲ। ଯିଏ ଅନେକ ହାଇ-ପ୍ରୋଫାଇଲ୍ ଏବଂ ଆତଙ୍କବାଦ ସମ୍ବନ୍ଧୀୟ ମାମଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ପାକିସ୍ତାନୀ ଆତଙ୍କବାଦୀ ଅଜମଲ କସାବ ବିରୁଦ୍ଧରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦୃଢ଼ ଭାବରେ ପ୍ରତିନିଧିତ୍ୱ କରିଥିଲେ। ସେହିପରି ସଦାନନ୍ଦନ ମାଷ୍ଟର ଦଶନ୍ଧି ଧରି ଶିକ୍ଷା ଏବଂ ସମାଜସେବା କ୍ଷେତ୍ରରେ କାର୍ଯ୍ୟ କରିଆସୁଛନ୍ତି।

ହର୍ଷ ଶ୍ରୀଙ୍ଗଲା ଭାରତର ପୂର୍ବତନ ବୈଦେଶିକ ସଚିବ ଏବଂ ଆମେରିକାରେ ଭାରତର ରାଷ୍ଟ୍ରଦୂତ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ଓ ଡକ୍ଟର ମୀନାକ୍ଷୀ ଜୈନ ମଧ୍ୟଯୁଗୀୟ ଏବଂ ଉପନିବେଶବାଦୀ ଭାରତର ଜଣେ ପ୍ରସିଦ୍ଧ ଐତିହାସିକ। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଗାର୍ଗୀ କଲେଜର ଇତିହାସର ପୂର୍ବତନ ଆସିଷ୍ଟାଣ୍ଟ ପ୍ରଫେସ, ଭାରତୀୟ ଐତିହାସିକ ଗବେଷଣା ପରିଷଦର ପରିଚାଳନା ପରିଷଦର ପୂର୍ବତନ ସଦସ୍ୟ। ସେ ବର୍ତ୍ତମାନ ଭାରତୀୟ ସାମାଜିକ ବିଜ୍ଞାନ ଗବେଷଣା ପରିଷଦର ଜଣେ ବରିଷ୍ଠ ଫେଲୋ ଅଟନ୍ତି।

 

Leave a Reply

Your email address will not be published. Required fields are marked *