ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୪ ବର୍ଷ ଜେଲ୍। ଅଲ-କାଦିର ଟ୍ରଷ୍ଟ ମାମଲାରେ ଆଜି ପାକିସ୍ତାନର ଏକ ସ୍ଥାନୀୟ କୋର୍ଟ ଇମ୍ରାନ ଖାନଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଦୁର୍ନୀତି ମାମଲା ଓ ନିଜ କ୍ଷମତାରେ ଦୁରୁପଯୋଗ ପାଇଁ ୧୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ପାକିସ୍ତାନ କୋର୍ଟ । ଏଥିସହିତ ଏହି ମାମଲାରେ ତାଙ୍କ ପତ୍ନୀ ବୁଶରା ବିବି ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ତାଙ୍କୁ ସାତ ବର୍ଷ ପାଇଁ ସଜା ଦିଆଯାଇଛି।

ସୂଚନା ଯୋଗ୍ୟ; ରାୱଲପିଣ୍ଡିର ଅଦିୟାଲା ଜେଲ୍ ଅଦାଲତ ଇମ୍ରାନ ଖାନ ଓ ତାଙ୍କ ପତ୍ନୀଙ୍କ ଉପରେ ୧୯୦ ମିଲିୟନ ପାଉଣ୍ଡର ଜରିମାନା ଲାଗୁ କରିଛନ୍ତି । ଇମ୍ରାନ ୨୦୨୩ ଅଗଷ୍ଟରୁ ରାୱଲପିଣ୍ଡିର ଏହି ଜେଲରେ ଅଛନ୍ତି । ମାମଲାରେ ପାକିସ୍ତାନୀ କୋର୍ଟ ୨୦୨୪ ଡିସେମ୍ବରରେ ନିଜର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ । ଆଜି ରାୟ ଶୁଣାଣି ପୂର୍ବରୁ ୩ ଥର ଏହି ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି । ସେପଟେ କୋର୍ଟଙ୍କ ନିଷ୍ପତ୍ତିର ତୁରନ୍ତ ପରେ ବୁଶରା ବିବିଙ୍କୁ ଗିରଫ କରାଯାଇଛି । ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ଦୁଇ ଶହରୁ ଅଧିକ ମାମଲାରେ ଅଭିଯୁକ୍ତ ଦର୍ଶାଯାଇ ଗିରଫ କରାଯାଇଛି । ପୂର୍ବରୁ ଅନେକ ମାମଲାରେ ଶୁଣାଣି କରାଯାଇ ତାଙ୍କୁ ଜେଲଦଣ୍ଡା ଦେଶ ହୋଇସାରିଛି । ଏବେ ପୁଣି ଆଉ ଏକ ମାମଲାରେ ଇମ୍ରାନଙ୍କୁ ଜେଲ ଦେଣ୍ଡାଦେଶ ଶୁଣାଇଛନ୍ତି ପାକିସ୍ତାନର କୋର୍ଟ ।

Leave a Reply

Your email address will not be published. Required fields are marked *