Former MP Prajwal Revanna gets life sentence in rape case
ବେଙ୍ଗାଲୁରୁର ଏକ ସ୍ୱତନ୍ତ୍ର କୋର୍ଟ ଆଜି ପୂର୍ବତନ ସାଂସଦ ଏବଂ ନିଲମ୍ବିତ ଜେଡି (ଏସ୍‌) ନେତା ପ୍ରଜ୍ୱଳ ରେବନ୍ନାଙ୍କ ବିରୋଧରେ ରୁଜୁ ହୋଇଥିବା ଏକ ଦୁଷ୍କର୍ମ ମାମଲା ପାଇଁ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।
 
କୋର୍ଟ ରେବନ୍ନାଙ୍କ ଉପରେ ୧୦ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି । ତାଙ୍କ ବିରୁଦ୍ଧରେ ଦାୟର ହୋଇଥିବା ଚାରୋଟି ବଳାତ୍କାର ଏବଂ ଯୌନ ନିର୍ଯାତନା ମାମଲା ମଧ୍ୟରୁ ଏହା ପ୍ରଥମ ।
 
ତାଙ୍କ ବିରୋଧରେ ଯୈାନ ନିର୍ଯାତନା ଅଭିଯୋଗ ଆସିବା ପରେ ସେ ଫେରାର ହୋଇଯାଇଥିଲେ । ଆଉ ୩୪ ଦିନ ପରେ ସେ ବେଙ୍ଗାଲୁୁରୁ ଫେରିବା ପରେ ଗିରଫ ହୋଇଥିଲେ ।
 
ଏହି ମାମଲାରେ ରେବନ୍ନାଙ୍କ ପରିବାରର ଏକ ଫାର୍ମହାଉସରେ କାମ କରୁଥିବା ଜଣେ ମହିଳାଙ୍କୁ ପ୍ରଜ୍ୱଳ ରେବନ୍ନା ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । କୋର୍ଟ ତାଙ୍କୁ ଆଇପିସି ଏବଂ ଆଇଟି ଆକ୍ଟ ଅନୁଯାୟୀ ଅପରାଧରେ ଦୋଷୀ ସାବ୍ୟସ୍ତ କରିଛନ୍ତି ।
 

By Nirvay

Leave a Reply

Your email address will not be published. Required fields are marked *