ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ପ୍ରକାଶ ଚୌତାଲାଙ୍କର ଦେହାନ୍ତ । ୮୯ ବର୍ଷ ବୟସରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଓମ୍ ପ୍ରକାଶ ଚୌତାଲା । ସକାଳ ୧୧ ଟା ୩୦ ରେ ଆଇଏନଏଲଡି ସୁପ୍ରିମୋଙ୍କୁ ଡାକ୍ତରଖାନା ଅଣାଯାଇଥିଲା । ରାତି ୧୨ ଟା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଚୌତାଲାଙ୍କ ମୃତ୍ୟୁ ହେତୁ ହରିୟାଣା ତଥା ଦେଶର ରାଜନୀତିରେ ଶୋକର ଲହରୀ ଖେଳିଯାଇଛି । ଓମ୍ ପ୍ରକାଶ ଚୌତାଲା ୭ ଥର ବିଧାୟକ, ୫ ଥର ମୁଖ୍ୟମନ୍ତ୍ରୀ ଭାବରେ ଭାର ସମ୍ଭାଳିଥିଲେ । ସୂଚନଯୋଗ୍ୟ; ଓମ୍ପ୍ରକାଶ ଚୌତାଲା ହେଉଛନ୍ତି ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଚୌଟାଲା ଇଣ୍ଡିଆନ ନ୍ୟାସନାଲ ଲୋକଦଳ (ଆଇଏନଏଲଡି)ର ମୁଖ୍ୟ ଥିଲେ । ଚୌତାଲା ହରିୟାଣାର ସପ୍ତମ ମୁଖ୍ୟମନ୍ତ୍ରୀ ଥିଲେ । ତାଙ୍କ ପିତା ଚୌଧୁରୀ ଦେବୀ ଲାଲ ଚୌତାଲା ହରିୟାଣା ରାଜ୍ୟ ଗଠନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଏବଂ ପରେ ଦେବୀ ଲାଲ ହରିୟାଣାର ମୁଖ୍ୟମନ୍ତ୍ରୀ ତଥା ଭାରତର ଉପମୁଖ୍ୟମନ୍ତ୍ରୀ ହୋଇଥିଲେ । ଓମ୍ପ୍ରକାଶ ଚୌତାଲା ୨ ଡିସେମ୍ବର ୧୯୮୯ରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ୧୭୧ ଦିନ ଏହି ପଦବୀରେ ରହିଥିଲେ। ଏହା ପରେ ସେ ୧୨ ଜୁଲାଇ ୧୯୯୦ରେ ମୁଖ୍ୟମନ୍ତ୍ରୀ ହୋଇ ପଦବୀରେ ମାତ୍ର ୫ ଦିନ ରହିଥିଲେ। ଏହା ପରେ ସେ ପୁଣି ୨୨ ମାର୍ଚ୍ଚ ୧୯୯୧ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ୧୫ ଦିନ ପଦବୀରେ ରହିଥିଲେ। ଓମ୍ପ୍ରକାଶ ପୁଣି ୨୪ ଜୁଲାଇ ୧୯୯୯ରେ ମୁଖ୍ୟମନ୍ତ୍ରୀ ଚେୟାରରେ ବସି ୨ ମାର୍ଚ୍ଚ ୨୦୦୦ ପର୍ଯ୍ୟନ୍ତ ରହିଥିଲେ। ତା’ପରେ ସେ ତାଙ୍କର କାର୍ଯ୍ୟକାଳ ପାଞ୍ଚ ବର୍ଷ ପୂରଣ କଲେ। ଅର୍ଥାତ୍ ସେ ୨୦୦୫ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଥିଲେ। Post navigation ସରିଲା ଶୀତକାଳୀନ ଅଧିବେଶନ; ଲୋକସଭା ଓ ରାଜ୍ୟସଭା ମୁଲତବୀ ଘୋଷଣା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି ଚଢାଉ