ପାର୍ବଣ ଋତୁ ଚାଲିଛି। ଦୁର୍ଗାପୂଜାରେ ମହିଳାଙ୍କ ସୁରକ୍ଷା ପାଇଁ ‘ଶକ୍ତି ବାହିନୀ’ ଗଠନ ହେବ। ୪୦ ଜଣିଆ ମହିଳା ପୋଲିସଙ୍କୁ ନେଇ ଟିମ୍‌ ଗଠନ ହୋଇଛି। ୨୦ଟି ବାଇକ୍‌ରେ ପ୍ରତି ପୂଜା ମଣ୍ଡପ ବୁଲି ମହିଳାମାନଙ୍କ ସୁରକ୍ଷା କଥା ବୁଝିବେ। ଦରକାର ହେଲେ ସଂଖ୍ୟା ବଢ଼ିବ ପୋଲିସ କମିଶନର ଦେବଦତ୍ତ ସିଂହ କହିଛନ୍ତି।

ଶ୍ରୀ ସିଂହଙ୍କ ଉଦ୍ୟମରେ ଓ ଡିସିପି ଭୁବନେଶ୍ୱର ପିନାକ ମିଶ୍ରଙ୍କ ଉପସ୍ଥିତିରେ ଏକ ବିଶେଷ ମୋଟର ସାଇକେଲ ପାଟ୍ରୋଲିଂ ମହିଳା ଟିମ ‘ଶକ୍ତି-ବାହିନୀ’ ଗଠନ କରାଯାଇଛି। ଏହି ପାଟ୍ରୋଲିଂ ଦଳ ମହିଳା ଓ ଶିଶୁଙ୍କ ପ୍ରତି ହେଉଥିବା ଅପରାଧ ବା ଭିଡରେ ହଜି ଯାଇଥିବା ଶିଶୁଙ୍କୁ ତୁରନ୍ତ ଉଦ୍ଧାର କରିବାରେ ସହଯୋଗ କରିବେ। ଏହି ପାଟ୍ରୋଲିଂ ବ୍ୟବସ୍ଥା ମହିଳାଙ୍କ ବିରୋଧରେ ଅପରାଧ ପ୍ରତିରୋଧ କରିବା ଉଦ୍ଦେଶ୍ୟରେ ଏକ ସୁରକ୍ଷା କବଚର ପଦକ୍ଷେପ ଅଟେ। ମହିଳା ପାଟ୍ରୋଲିଂ ଦଳକୁ ମୁଖ୍ୟ ସ୍ଥାନଗୁଡ଼ିକରେ ଯଥା ଜନସମାଗମ ଏବଂ ବଜାର ସହିତ ଉତ୍ସବ ସ୍ଥଳୀଗୁଡ଼ିକରେ ଜଣେ ଜଣେ ଅଫିସରଙ୍କ ତତ୍ବାବଧାନରେ ବ୍ୟବହାର କରାଯିବ । ଏହି ଟିମ ଭୁବନେଶ୍ବର ସହରରେ ଆଇନଶୃଙ୍ଖଳା ପ୍ରତି ଯତ୍ନବାନ ରହିବେ। ଦଶହରାକୁ ଏକ ଖୁସି ଓ ସୁରକ୍ଷିତ ଉତ୍ସବ କରିବା ପାଇଁ କମିଶନାର ଶ୍ରୀ ସିଂହଙ୍କ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ। ଏହି ଦୁର୍ଗାପୂଜା ଅବସରରେ ସମସ୍ତଙ୍କ ସହଯୋଗ ଆବଶ୍ୟକ ଓ ଆମେ ଏହି ପ୍ରୟାସକୁ ସଫଳ କରିବାକୁ ଜନସାଧାରଙ୍କ ସହଯୋଗ କାମନା କରୁଛୁ।

By Nirvay

Leave a Reply

Your email address will not be published. Required fields are marked *