ନୟାଗଡ଼ ଟାଉନ ଥାନାର ବାରମାସି ଦଣ୍ଡାସ୍ଥିତ ଘର ଭିତରୁ ନୟାଗଡ଼ ବନଖଣ୍ଡ ପଞ୍ଚରିଡ଼ା ରେଞ୍ଜର ଫରେଷ୍ଟର ଶିଶିର ସାହୁଙ୍କ ଅର୍ଦ୍ଧଦଗ୍ଧ ପୋଡ଼ା ମୃତଦେହ ଜବତ ହୋଇଛି । ତେବେ ଏହା ହତ୍ୟା ନାଁ ଆତ୍ମହତ୍ୟା କାରଣ ସ୍ପଷ୍ଟ ହୋଇନାହିଁ । ବିଳମ୍ବିତ ରାତିରେ ଘଟିଥିବା ଏହି ଘଟଣାରେ ନିଆଁରେ ପୋଡ଼ିହୋଇ ଶିଶିରଙ୍କ ପତ୍ନୀ ସାମାନ୍ୟ ଆହତ ହୋଇଥିବା ବେଳେ ପୁଅର କୌଣସି କ୍ଷତି ହୋଇନାହିଁ । ଘରର ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ତେବେ ନିଆଁ କିପରି ଲାଗିଲା ତାହା ଜଣାପଡିନାହିଁ । ତେବେ ମୃତକଙ୍କ ବଡ଼ଭାଇ ଯୋଜନା ବଦ୍ଧଭାବେ ହତ୍ୟା ଅଭିଯୋଗ ଆଣିଛନ୍ତି । ସେ ପରକୀୟା ପ୍ରୀତିରୁ ଫରେଷ୍ଟରଙ୍କୁ ପତ୍ନୀ ପୋଡ଼ି ମାରିଥିବା ଅଭିଯୋଗ କରିଛନ୍ତି । ଫରେଷ୍ଟରଙ୍କ ବଡ଼ଭାଇଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । Post navigation କଟକରେ ଦ୍ଵିତୀୟ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ଆଜି ପବିତ୍ର ଶୀତଳ ଷଷ୍ଠୀ; ମାତା ପାର୍ବତୀଙ୍କ ହାତ ଧରିବେ ମହାଦେବ