ଆଜି ଟ୍ରାଙ୍କୁଲାଇଜ ହୋଇଛି ‘ଜୀନ୍ନତ’ । ପଶ୍ଚିମବଙ୍ଗ ବାଙ୍କୁଡ଼ାରେ ଟ୍ରାଙ୍କୁଲାଇଜ କଲା ବନବିଭାଗ । ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରୁ ଖସି ଯାଇ ଝାଡ଼ଖଣ୍ଡ ଦେଇ ପଶ୍ଚିମବଙ୍ଗରେ ପହଞ୍ଚି ଥିବା ୩ ବର୍ଷର ବାଘୁଣୀ ‘ଜୀନ୍ନତ’କୁ କାବୁ କରିଛି ପଶ୍ଚିମବଙ୍ଗର ବନବିଭାଗ । ଜିନ୍ନତ’ ଟ୍ରାଙ୍କୁଲାଇଜ୍‌ ନେଇ ସୂଚନା ଦେଇଛନ୍ତି ବାରିପଦା RCCF ପ୍ରକାଶ ଗୋଗିନେନି। ସେ କହିଛନ୍ତି ବାଘୁଣୀ ଜୀନ୍ନତକୁ ଆଲିପୁରସ୍ଥିତ ଚିଡ଼ିଆଖାନାକୁ ନିଆଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ସେଠାରେ ସଂପୂର୍ଣ୍ଣ ରୂପେ ପ୍ରକ୍ରିୟା ଶେଷ ହେଲା ପରେ ମହାରାଷ୍ଟ୍ରରୁ ଶିମିଳିପାଳକୁ ଅଣାଯାଇଥିଲା ବାଘୁଣୀ ଜିନ୍ନତକୁ ଟ୍ରାଙ୍କୁଲାଇଜ୍‌ ପରେ ପୁଣି ଶିମିଳିପାଳ ଏନକ୍ଲୋଜରକୁ ଫେରିବ ।

ସୂଚନାଅନୁସାରେ, ଗତ ଡିସେମ୍ବର ୧୦ ତାରିଖରେ ଶିମିଳିପାଳରୁ ଜୀନ୍ନତ ଖସିଯାଇ ଝାଡ଼ଖଣ୍ଡ ପଳାଇଥିଲା। ସେଠାରେ ସେ ବୁଲିବାପରେ ଓଡିଶା ନଫେରି ପଶ୍ଚିମବଙ୍ଗକୁ ଚାଲିଯାଇଥିଲା । ଜୀନ୍ନତ ଝାଡ଼ଖଣ୍ଡରୁ ପଶ୍ଚିମବଙ୍ଗ ପଳାଇବା ପରେ ପ୍ରତିଦିନ ସ୍ଥାନ ବଦଳାଇଥିଲା। ଶେଷରେ ପୁରୁଲିଆ ଜଙ୍ଗଲରୁ ବାଙ୍କୁଡ଼ା ଯାଇଥିଲା ଜିନ୍ନତ । କିଛିଦିନ ପୂର୍ବେ ଜିନ୍ନତକୁ ଫେରାଇ ଆଣିବାକୁ ଚାଲିଛି ଉଦ୍ୟମ । ଝାଡଖଣ୍ଡ ଜଙ୍ଗଲରୁ ଶିମିଳିପାଳ ଆଣିବାକୁ ଉଦ୍ୟମ ଚଲାଇଥିଲା ବନବିଭାଗ । ଏବେ ସଫଳ ହୋଇଛି ବନ ବିଭାଗ। ଜିନ୍ନତକୁ ଧରିବା ପାଇଁ ବହୁ ଯୋଜନା କରାଯାଇଥିଲା ଶେଷରେ ଶିମିଳିପାଳଠାରୁ ପ୍ରାୟ ୨୭୦ କିମି ଦୂରରୁ ଜୀନତକୁ ଟ୍ରାଙ୍କୁଲାଇଜ୍‌ କରାଯାଇଛି।

Leave a Reply

Your email address will not be published. Required fields are marked *