ଓଡ଼ିଶାରେ ପାକିସ୍ତାନୀ, ବାଂଲାଦେଶୀ ହାତେଇଛନ୍ତି ରାସନ୍ କାର୍ଡ । ଏ ନେଇ ଆଜି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ଓଡ଼ିଶାକୁ ଅନୁପ୍ରବେଶ କରି କାର୍ଡ ହାତେଇ ନେଇଛନ୍ତି। ପ୍ରତି ଜିଲ୍ଲାର ଜିଲ୍ଲାପାଳଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳମାନଙ୍କୁ ଚିହ୍ନଟ କରି ନାଁ କାଟିବାକୁ ନିର୍ଦ୍ଦେଶ ଦିଆଯାଇଛି । ଓଡ଼ିଶାକୁ ଅନୁପ୍ରବେଶ କରି ରାସନ୍ କାର୍ଡ ହାତେଇ ଥିବା ବିଦେଶୀଙ୍କ ନାଁ କଟିବ । ଯେଉଁ କୌଣସି କାରଣରୁ ବିଦେଶୀମାନେ ରାସନ କାର୍ଡ ହାତେଇଛନ୍ତି ତାର ତଦନ୍ତ ପାଇଁ ଦାବି ହୋଇଛି । ସେମାନଙ୍କ ନାଁ ରାସନ୍ କାର୍ଡରୁ ବାଦ ପଡି ସାରିଲା ପରେ ସେମାନଙ୍କ ସଂଖ୍ୟା ସାମ୍ନାକୁ ଆସି ବୋଲି ସୂଚନା ମିଳିଛି । Post navigation ସମସ୍ତ ରେଲୱେ ଷ୍ଟେସନରେ RPF ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହିତ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଆଲୋଚନା