ବାଲେଶ୍ବର ଫକୀର ମୋହନ କଲେଜରେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ଏହାରି ମଧ୍ୟରେ ପୀଡ଼ିତଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ପ୍ରତିକ୍ରିୟା ଦେଲେ AIIMS ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ। ସେ କହିଛନ୍ତି ପୀଡ଼ିତଙ୍କ ସ୍ବାସ୍ଥ୍ୟାବସ୍ଥାରେ କିଛି ସୁଧାର ଆସିନି । ପୀତିଡ଼ାଙ୍କୁ ICU ଭେଣ୍ଟିଲେଟର୍‌ରେ ରଖାଯାଇଛି । ୯୫ ପ୍ରତିଶତରୁ ଅଧିକ ପୋଡ଼ିଛି । ଏହା ସହ ଇଣ୍ଟରନାଲ୍‌ ଆଘାତ ହୋଇଛି, କିଡ୍‌ନୀ ପ୍ରଭାବିତ ହୋଇଛି । ଆଗାମୀ ୨୪ରୁ ୪୮ ଘଣ୍ଟା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ ।

ସୂଚନା ଯୋଗ୍ୟ; କଲେଜର ଏଚଓଡିଙ୍କ ମାନସିକ ନିର୍ଯାତନା ସହି ନ ପାରି ଶନିବାର ବାଲେଶ୍ବର ଫକୀରମୋହନ କଲେଜରେ ଛାତ୍ରୀ ଜଣକ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ୱର ପରେ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର କରାଯାଇଥିଲା। ଘଟଣାରେ ଏଚଡିଓ ସମୀର ସାହୁ ସସପେଣ୍ଡ ଗିରଫ ହୋଇଥିବା ବେଳେ ପ୍ରିନ୍ସିପାଲ ଦିଲୀପ ଘୋଷ ସସପେଣ୍ଡ କରାଯାଇଛି ।

 

Leave a Reply

Your email address will not be published. Required fields are marked *