FM ଛାତ୍ରୀ ଆତ୍ମାହୁତି ମାମଲାରେ ଉଠିପାରେ ପରଦା । ୨ ଛାତ୍ରୀଙ୍କ ହେଲା ସାକ୍ଷ୍ୟଗ୍ରହଣ । FM ଛାତ୍ରୀ ଆତ୍ମାହୁତି ମାମଲାରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ୨ ଛାତ୍ରୀଙ୍କ ସାକ୍ଷ୍ୟଗ୍ରହଣ ହୋଇଛି। କୋର୍ଟରେ ବିଏନ୍‌ଏସ୍‌ର ଧାରା ୧୮୩ରେ ବୟାନ ରେକର୍ଡ କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ସରକାରୀ ଓକିଲ । ଉଭୟ ଆତ୍ମାହୁତି ସମୟରେ ଉପସ୍ଥିତ ଥିବା ନେଇ ମିଳିଥିଲା ସୂଚନା । ମାତ୍ର ଦୁଇ ଜଣ ଛାତ୍ରୀ କିଏ ତାହା ସ୍ପଷ୍ଟ ହୋଇନାହିଁ ।

ସୂଚନା ଯୋଗ୍ୟ; FM କଲେଜ୍ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା। ଯାହାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ସୌମ୍ୟାଶ୍ରୀଙ୍କ ଦେହରେ ନିଆଁ ଲାଗିଥିବା ସମୟର ଏକ ସିସିଟିଭି ଭିଡ଼ିଓ ଭାଇରାଲ ହୋଇଥିଲା । ଘଟଣା ଘଟୁଥିବା ସମୟରେ ସେଠାରେ ଦୁଇ ଜଣ ଝିଅ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା । ଜଣେ କଲେଜ ପୋଷାକରେ ଥିବାବେଳେ ଅନ୍ୟ ଜଣେ ସାଧା ପୋଷାକରେ ରହିଥିଲେ ।

Leave a Reply

Your email address will not be published. Required fields are marked *