ଏଫ୍.ଏମ୍. ମହାବିଦ୍ୟାଳୟର ନିଲମ୍ବିତ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଗିରଫ । ଦିଲୀପ ଘୋଷଙ୍କୁ ଗିରଫ କଲା ସହଦେବଖୁଣ୍ଟା ପୋଲିସ । ଏ ନେଇ ସୂଚନା ଦେଇଛନ୍ତି ବାଲେଶ୍ୱର ପୋଲିସ ଅଧିକ୍ଷକ ରାଜ ପ୍ରସାଦ। କଲେଜର ଛାତ୍ରୀ ଆତ୍ମାହୁତି ଉଦ୍ୟମ କରିବା ମାମଲାରେ ପୂର୍ବରୁ ଏଜୁକେସନ ବିଭାଗର ମୁଖ୍ୟ ପ୍ରଫେସର ସମୀର ସାହୁ ଗିରଫ ହୋଇଛନ୍ତି । ଦିଲୀପ ଘୋଷଙ୍କ ଗିରଫ ଦାବି କରି ଆସୁଥିଲେ ଛାତ୍ରୀଙ୍କ ପରିବାର । ପୂର୍ବରୁ ଏଜୁକେସନ୍ ବିଭାଗ HOD ସମୀର ସାହୁ ଗିରଫ କରାଯାଇଥିବା ବେଳେ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କୁ ନିଲମ୍ବିତ କରାଯାଇଥିଲା । ଏବେ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଉଭୟେ ଗିରଫ ହୋଇଛନ୍ତି । ସୂଚନା ଯୋଗ୍ୟ; ଏଫ୍.ଏମ୍. କଲେଜ ଶିକ୍ଷା ବିଭାଗର ମୁଖ୍ୟ ଅଧ୍ୟାପକ ସମୀର କୁମାର ସାହୁଙ୍କ ବିରୋଧରେ ଛାତ୍ରୀ ଜଣକ ଅସଦାଚରଣ ଅଭିଯୋଗ ଆଣିଥିଲେ । ପୀଡ଼ିତା ଜଣକ ନ୍ୟାୟ ନ ପାଇବାରୁ ଗତ ଶନିବାର ନିଜ ଦେହରେ ପେଟ୍ରୋଲ ଢାଳି ପ୍ରନ୍ସିପାଲଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ। ବର୍ତ୍ତମାନ ସେ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି । ଘଟଣା ପରେ HOD ସମୀର ସାହୁ ଗିରଫ ହୋଇଥିଲେ । ଆଜି ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କୁ ଗିରଫ କରାଯାଇଛି । Post navigation ଖୁରାନିଆଙ୍କ ମାଷ୍ଟର ପ୍ଲାନିଂ ଯୋଗୁ ସୁରୁଖୁରୁରେ ହେଲା ରଥଯାତ୍ରା ? ଏମ୍ସର ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ