ବାଲେଶ୍ବର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ସୁରକ୍ଷା ମାଗିଲେ ନିଲମ୍ବିତ କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ । ଜିଲ୍ଲାପାଳଙ୍କ ନିକଟରେ ସୁରକ୍ଷା ପାଇଁ କଲେ ନିବେଦନ କରିଥିବା ଜଣାପଡ଼ିଛି। ଏହା ସହ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବେ କହିଲେ ଦିଲ୍ଲୀପ ଘୋଷ । ସେ କହିଛନ୍ତି କାଲିଠୁ ମୁଁ ଜିଲ୍ଲାପାଳ ଅଫିସ୍ରେ ରିପୋର୍ଟ କରିବି । ବଡ଼ ଘଟଣା, କାହାରି ମନରେ କଣ ଥିବ, ବିପଦ ଅଛି । ଯେହେତୁ ତଦନ୍ତ ଚାଲିଛି, ସେଥିପାଇଁ ସୁରକ୍ଷା ମାଗିଛି । ସୂଚନା ଯୋଗ୍ୟ; ବାଲେଶ୍ୱର ଜିଲ୍ଲା ଫକୀରମୋହନ କଲେଜ ପରିସରରେ ଭୋଗରାଇ ଅଞ୍ଚଳର ଇଣ୍ଟିଗ୍ରେଟେଡ଼ ବିଇଡିର ଦ୍ୱିତୀୟ ବର୍ଷରେ ପାଠ ପଢୁଥିବା ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ। କଲେଜର ଏଚଓଡି ସମୀର କୁମାର ସାହୁଙ୍କ ମାନସିକ ନିର୍ଯାତନା ସହି ନ ପାରି ଶନିବାର ବାଲେଶ୍ବର ଫକୀରମୋହନ କଲେଜରେ ଛାତ୍ରୀ ଜଣକ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତେବେ ଗୁରୁତର ଛାତ୍ରୀ ଜଣକ ବାଲେଶ୍ୱର ହସ୍ପିଟାଲ ଯିବାପରେ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ଏମ୍ସ ସ୍ଥାନାନ୍ତର ହୋଇଥିଲେ । ପରେ କଲେଜ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ପ୍ରିନ୍ସିପାଲଙ୍କୁ ଘେରିଥିଲେ ଛାତ୍ରଛାତ୍ରୀ । ଏହାପରେ କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଓ ଏଜୁକେସନ ବିଭାଗ HOD ସମୀର ସାହୁ ସସ୍ପେଣ୍ଡ କରାଯାଇଥିଲା । ଉଭୟଙ୍କୁ ସସ୍ପେଣ୍ଡ କରିଥିଲେ ଉଚ୍ଚଶିକ୍ଷା ବିଭାଗ । Post navigation ତେଲୁଗୁ ଅଭିନେତା ତଥା ପୂର୍ବତନ ବିଧାୟକ କୋଟା ଶ୍ରୀନିବାସ ରାଓଙ୍କ ପରଲୋକ ବାଲେଶ୍ବର ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ ନବୀନ ପଟ୍ଟନାୟକ