ଆସିଲା ୫ ଜିଲ୍ଲାର ବନ୍ୟା କ୍ଷୟକ୍ଷତି ରିପୋର୍ଟ । କେନ୍ଦୁଝର, ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର, ଭଦ୍ରକର ବନ୍ୟା କ୍ଷୟକ୍ଷତି ରିପୋର୍ଟ । ଏ ନେଇ ଆଜି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ କହିଛନ୍ତି ୫ ଜିଲ୍ଲାରେ ବନ୍ୟାପାଣି ପଶି ହୋଇଥିବା କ୍ଷୟକ୍ଷତିର ରିପୋର୍ଟ ଆସଛି । ମୋଟ୍‌ ୬ କୋଟି ୬୬ ଲକ୍ଷ ୧୭ହଜାର ୫୫ ଟଙ୍କା ଖର୍ଚ୍ଚ ହୋଇଛି ।  ଜିଲ୍ଲାପାଳମାନେ କ୍ଷତିଗ୍ରସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିଛନ୍ତି । ଫସଲ ନଷ୍ଟ ପାଇଁ କ୍ଷତିପୂରଣ ବି ଜିଲ୍ଲାପାଳମାନଙ୍କୁ ପଠାଯାଇଛି । ରିଲିଫ୍‌ ଖର୍ଚ୍ଚ ହୋଇଛି, ପାଣି ବିଶୋଧନ ଅର୍ଥ ବି ପଠାଯାଇଛି । ଘର ନଷ୍ଟ, ଲୁଗା, ବାସନ, ମତ୍ସ୍ୟଜୀବୀ, ଉଦ୍ଧାର କାର୍ଯ୍ୟ ଖର୍ଚ୍ଚ ବି ଦିଆଯାଇଛି ।

ସୂଚନା ଯୋଗ୍ୟ ରାଜ୍ୟରେ ଲଗାଣ ବର୍ଷା ପ୍ରଭାବରେ ତଳିଆ ଅଞ୍ଚଳରେ ବନ୍ୟାପାଣି ପଶିଥିଲା । ଫଳରେ ଲୋକଙ୍କ ଚାଷଜମିଠୁ ଘର ଭିତରେ ପାଣି ପଶିଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟ କ୍ଷୟକ୍ଷତି ସ୍ଥାନ ସମୀକ୍ଷା କରିଥିଲେ । ଲୋକଙ୍କ କ୍ଷୟକ୍ଷତିର ଆକଳନ ପାଇଁ ମନ୍ତ୍ରୀ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଜିଲ୍ଲାର ଜିଲ୍ଲାପାଳ ବନ୍ୟା କ୍ଷୟକ୍ଷତିର ରିପୋର୍ଟ ସଂଗ୍ରହ କରି ଦେଇଛନ୍ତି।

ଅନ୍ୟପଟେ ଆସୁଥିବା ଆଉ ଗୋଟେ ଲଘୁଚାପ ଯୋଗୁଁ ଦକ୍ଷିଣ ଓଡ଼ିଶାରେ ବନ୍ୟା ଆସିପାରେ । ସେଥିପାଇଁ ଜିଲ୍ଲାପାଳମାନଙ୍କୁ ଆଲର୍ଟ କରାଯାଇଛି ।

Leave a Reply

Your email address will not be published. Required fields are marked *