ଭାରତର ୯ଟି ବିମାନବନ୍ଦରରେ ଉଡ଼ାଣ ବନ୍ଦ । ପକିସ୍ତାନରେ ଆତଙ୍କବାଦୀ ଶିବିର ଉପରେ ଭାରତର ବଡ଼ ଏୟାରଷ୍ଟ୍ରାଇକ୍ ପରେ ବିମାନବନ୍ଦରରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଉଡ଼ାଣ ବନ୍ଦ ରଖାଯାଇଛି । ଜମ୍ମୁ, ଶ୍ରୀନଗର, ଲେହ, ଯୋଧପୁର, ଅମୃତସର, ଭୁଜ, ଜାମନଗର, ଚଣ୍ଡିଗଡ଼ ଏବଂ ରାଜକୋଟକୁ ସମସ୍ତ ବିମାନ ଚଳାଚଳକୁ ବାତିଲ କରାଯାଇଛି। ବିମାନ କମ୍ପାନୀଗୁଡ଼ିକ ସେମାନଙ୍କର ଯାତ୍ରୀମାନଙ୍କୁ ବାତିଲକରଣ ଏବଂ ପ୍ରସ୍ଥାନ ଏବଂ ଆଗମନରେ ସମ୍ଭାବ୍ୟ ବିଳମ୍ବ ବିଷୟରେ ସତର୍କ କରାଇ ଦେଇଛନ୍ତି। ବିମାନ କମ୍ପାନୀଗୁଡ଼ିକ କହିଛନ୍ତି ଯେ, ଯାତ୍ରା କରିବା ପୂର୍ବରୁ ଯାତ୍ରୀମାନେ ବିମାନ ସ୍ଥିତି ଯାଞ୍ଚ କରନ୍ତୁ ଏବଂ ସେହି ଅନୁସାରେ ଯାତ୍ରା ଯୋଜନା କରନ୍ତୁ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଉଡ଼ାଣ ବନ୍ଦ କରାଯାଇଛି। ଅମୃତସର ଆସିବାକୁ ଥିବା ୨ ଅନ୍ତର୍ଜାତୀୟ ବିମାନ ଦିଲ୍ଲୀ ଆସିବ ବୋଲି ସୂଚନା ରହିଛି। Post navigation ପହଲଗାମ ଆତଙ୍କୀ ହମଲାର ବଦଲା ନେଲା ଭାରତ; ପାକିସ୍ତାନର ୯ ଆତଙ୍କୀ ଶିବିର ଉପରେ କଲା ଏୟାର ଷ୍ଟ୍ରାଇକ ଭାରତର ଏୟାରଷ୍ଟ୍ରାଇକ ପରେ LoCରେ ପାକିସ୍ତାନର ଗୁଳିମାଡ଼; ୧୦ ନାଗରିକଙ୍କ ମୃତ୍ୟୁ, ୩୮ ଆହତ