ଇସ୍ରାଏଲ ଓ ହମାସ୍ ଯୁଦ୍ଧରେ ଅଲ ଜାଜୀରା ଆରବୀର ପାଞ୍ଚ ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି। ଗାଜା ସହରରେ ଇସ୍ରାଏଲର ଏକ ଏୟାର ଷ୍ଟ୍ରାଇକରେ ସାମ୍ବାଦିକ ଆନାସ ଅଲ ଶରୀଫଙ୍କ ସମେତ ପାଞ୍ଚ ଜଣ ସାମ୍ବାଦିକ ନିହତ ହୋଇଛନ୍ତି । ଏହା ଅଲ ଜଜିରା ଦ୍ୱାରା ନିଶ୍ଚିତ କରାଯାଇଛି। ଏହି ଆକ୍ରମଣ ସମୟରେ ଅନସ ଅଲ-ଶରିଫ ତାଙ୍କ ଚାରି ଜଣ ସାଥୀ ସାମ୍ବାଦିକ ଏବଂ ଜଣେ ସହାୟକଙ୍କ ସହିତ ଗାଜା ସହରର ପୂର୍ବ ଭାଗରେ ସିଫା ହସ୍ପିଟାଲ ନିକଟରେ ଏକ ତମ୍ବୁରେ ଥିଲେ। ଏହି ଆକ୍ରମଣ ଅଲ-ଶିଫା ହସ୍ପିଟାଲର ପ୍ରବେଶ ଦ୍ୱାର ନିକଟରେ ଘଟିଥିଲା। ସେଠାରେ ଅନେକ ଗଣମାଧ୍ୟମ କର୍ମୀ ଥିବା ବେଳେ ଏହି ଅଘଟଣ ଘଟିଥିଲା। ଅନାସ ଅଲ-ଶରିଫଙ୍କ ସହିତ ହତ୍ୟା କରାଯାଇଥିବା ଅନ୍ୟ ସାମ୍ବାଦିକମାନେ ହେଉଛନ୍ତି ମହମ୍ମଦ କାରୀକେହ, ଏବଂ କ୍ୟାମେରାମ୍ୟାନ ଇବ୍ରାହିମ୍ ଜାହିର, ମୋଆମିନ୍ ଅଲିୱା ଏବଂ ମହମ୍ମଦ ନୌଫାଲ । ଅନ୍ୟପଟେ ଇସ୍ରାଏଲୀ ସାମ୍ବାଦିକଙ୍କୁ ଆତଙ୍କବାଦୀ ବୋଲି କହିଛି ଯେ ସେ ଅନସ ଅଲ-ଶରିଫ ହମାସରେ ଏକ ଆତଙ୍କବାଦୀ ସେଲ୍ ର ମୁଖ୍ୟ ଭାବରେ କାମ କରିଥିଲେ ବୋଲି ଦାବି କରିଛି ଇସ୍ରାଏଲୀ । ଏହା ସହ ଇସ୍ରାଏଲୀ ନାଗରିକ ଏବଂ ସୈନିକଙ୍କ ଉପରେ ରକେଟ ଆକ୍ରମଣ ଯୋଜନା କରିଥିଲେ ଅନସ ଅଲ-ଶରିଫ। ସେନା କହିଛି ଯେ ସେମାନଙ୍କ ପାଖରେ ଗୁଇନ୍ଦା ସୂଚନା ଅଛି ଏବଂ ଗାଜାରେ ମିଳିଥିବା ଡକ୍ୟୁମେଣ୍ଟ ଏହାର ପ୍ରମାଣ। Post navigation ନର୍ସିଂ ଛାତ୍ରୀ ମୃତ୍ୟୁ ମାମଲା: ଆଜି ୧୨ ଘଣ୍ଟିଆ ବିଜେଡିର ରାଇଘର ବ୍ଲକ ବନ୍ଦ ଡାକରା ବରଗଡ଼ରେ ନାବାଳିକା ପୋଡ଼ି ଘଟଣା: ବୁର୍ଲା ମେଡିକାଲରେ ଆଖି ବୁଜିଲେ ଛାତ୍ରୀ