ଚୀନ୍ରେ ହ୍ୟୁମାନ ମେଟା ପ୍ୟୁମୋ ଭାଇରସ୍ (ଏଚ୍ଏମ୍ପିଭି) ମାମଲା ଦ୍ରୁତଗତିରେ ବୃଦ୍ଧି ପାଉଛି। ଏହି ସମୟରେ ଭାରତରେ ପହଞ୍ଚିଲା ଚୀନର ଏଚଏମପିଭି ଭୂତାଣୁ । ବେଙ୍ଗାଲୁରୁରେ ଏହାର ପ୍ରଥମ ମାମଲା ଏବେ ସାମ୍ନାକୁ ଆସିଛି । ବେଙ୍ଗାଲୁରୁର ଏକ ହସପିଟାଲରେ ୮ ମାସର ଶିଶୁଠାରେ ଏହି ଭାଇରସ ସଂକ୍ରମଣ ହୋଇଥିବା ଖବର ମିଳିଛି। ଏହି ଭୂତାଣୁ ଚିହ୍ନଟ ପରେ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି।
ସେପଟେ ସତର୍କତା ଅବଲମ୍ବନ କରି ଏବେଠାରୁ ପୂରା ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟ ଅଧିକାରୀ। କର୍ତ୍ତୃପକ୍ଷ ଏଚଏମପିଭି ଏବଂ ଅନ୍ୟ ଶ୍ୱାସକ୍ରିୟା ଭୂତାଣୁର ମୁକାବିଲା ପାଇଁ ପ୍ରସ୍ତୁତି ଉପରେ ଏକ ଆଡଭାଇଜରୀ ଜାରି କରିଛନ୍ତି ଏବଂ ଡାକ୍ତରଖାନାଗୁଡ଼ିକୁ ସତର୍କ ରହିବାକୁ କହିଛନ୍ତି।
ଏହି ଭାଇରସ୍ ସାଧାରଣତଃ କାଶିବା, ଛିଙ୍କିବା, ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା ଦ୍ୱାରା ଏହି ଭାଇରସ ବ୍ୟାପିଥାଏ । ଏଚ୍ଏମ୍ପିଭିର ଏରୋସୋଲ ସଂକ୍ରମଣ ଆଶଙ୍କା କମ୍ ଥିଲେ ବି କାଶ, ଛିଙ୍କ, ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଲେ ମାତ୍ର କିଛିଦିନ ମଧ୍ୟରେ ସାରା ପରିବାରକୁ ସଂକ୍ରମିତ କରିଥାଏ । ଏଚ୍ଏମ୍ପିଭି ସଂକ୍ରମିତ ଜ୍ୱର, କଫ, କାଶ, ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ଭୋଗିଥାନ୍ତି।