ମଙ୍ଗଳବାର ଦିନ ନନ୍ଦନକାନନ ଏକ୍ସପ୍ରେସ୍ ଟ୍ରେନ୍ କୁ ଗୁଳିକାଣ୍ଡ ଅଭିଯୋଗ ଆସିବା ପରେ ଭାରତୀୟ ରେଳବାଇ କର୍ତ୍ତୃପକ୍ଷ ତଦନ୍ତ ଆରମ୍ଭ କରିଛନ୍ତି ।ପ୍ରାଥମିକ ସୂଚନା ଅନୁଯାୟୀ, ଘଟଣାଟି ସକାଳ ପ୍ରାୟ ୯:୪୫ ସମୟରେ ଘଟିଥିଲା। ଖୋର୍ଧା ରୋଡ୍ କୋଚିଂ କଣ୍ଟ୍ରୋଲ୍ ଏହି ଘଟଣା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲା।

ସୂତ୍ର ଅନୁଯାୟୀ, ଭଦ୍ରକ ଏବଂ ବୌଦାପୁର ମଧ୍ୟରେ ଟ୍ରେନ୍ ନମ୍ବର ୧୨୮୧୬ ନନ୍ଦନକାନନ୍ ଏକ୍ସପ୍ରେସର ଗାର୍ଡ ବ୍ରେକ୍ ଉପରେ ଅତି କମରେ ଦୁଇ ରାଉଣ୍ଡ ଗୁଳି ଚାଳନା ହୋଇଥିଲା। ଏହା ପରେ, କର୍ତ୍ତୃପକ୍ଷଙ୍କୁ ତୁରନ୍ତ ସୂଚିତ କରାଯାଇଥିଲା। ପୂର୍ବ ଉପକୂଳ ରେଳବାଇ (ECoR) ପିସି/ଆରପିଏଫ/ଜେଜେକେଆରକୁ ଟ୍ରେନରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଛି | ପିସି/ଆରପିଏଫ କୁ ଭଦ୍ରକର ଘଟଣା ସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଥିଲା, ସରକାରୀ ରେଳ ପୋଲିସ ସେବା (ଜିଆରପିଏସ) ଏବଂ ସ୍ଥାନୀୟ ପୋଲିସ ଓ ଫରେନ୍ସିକ ଟିମ  ଘନିଷ୍ଠ ସମନ୍ୱୟ ରକ୍ଷା କରି ଯାଞ୍ଚ କରୁଛି |

By Nirvay

Leave a Reply

Your email address will not be published. Required fields are marked *