ରାଜଧାନୀ ଭୁବନେଶ୍ୱରର ୟୁନିଟ ୧ ପରିବା ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି। ହାଟରେ ଥିବା ଅନେକ ଦୋକାନ, ପରିବା ଗୋଦାମରେ ଲାଗିଛି ନିଆଁ । ନିଆଁ ଲାଗି ଜଳିଯାଇଛି ୧୫ରୁ ୨୦ଟି ଦୋକାନ। ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ପହଂଚି ଘଟଣାସ୍ଥଳରେ ପହଂଚି ନିଆଁ ଲିଭାଇବାକୁ ଉଦ୍ୟମ କରୁଛି। ତେବେ ନିଆଁ କିପରି ଲାଗିଲା ଏଯାଏଁ କାରଣ ଜଣାପଡିନାହିଁ । ପାଲ, ତମ୍ବୁ ଯୋଗୁଁ ଭୟଙ୍କର ଭାବେ ବ୍ୟାପୁଛି ନିଆଁ । ନିଆଁ ଏତେ ଭୟାନକ ବେଗରେ ମାଡୁଛି ଯେ,ଏଥିପାଇଁ ୧୧ଟି ଅଗ୍ନିଶମ ଗାଡି ନିଆଁକୁ ଆୟତ କରିବାରେ ନିୟୋଜିତ ଅଛନ୍ତି। ଅଗ୍ନିକାଣ୍ଡ ରେ ଲକ୍ଷାଧିକ ଟଙ୍କାର ପରିବା ନଷ୍ଟ ହୋଇଯାଇଛି । ନିଆଁ ଲାଗିବାରୁ ପୁରା ପରିବା ମାର୍କେଟ୍ ଧୂଆଁମୟ ହୋଇପଡିଛି। ଅନ୍ୟପଟେ ୟୁନିଟ୍-୧ ପରିବା ମାର୍କେଟ୍ରେ ଅଗ୍ନିକାଣ୍ଡ ପରେ ହାତାହାତି ଦୋକାନୀମାନେ । ପୋଲିସ ଉପସ୍ଥିତିରେ ଗୋଡ଼ାଇ ଗୋଡ଼ାଇ ପିଟିଲେ । ଦୋକାନୀ-ଦୋକାନୀ ବିବାଦରୁ ଆକ୍ରମଣ ସୂଚନା । ସୂଚନା ଯୋଗ୍ୟ; ୟୁନିଟ -୧ ମାର୍କେଟ ପଛପାର୍ଶ୍ଵରେ ଶତାଧିକ ପରିବା ଗୋଦାମ ଓ ଦୋକାନ ରହିଛି । ଆଜି ଅପରାହ୍ନ ୨ ଟା ବେଳେ ରାଜଧାନୀ ହାଟ କଞ୍ଚା ପରିବା ମହାଜନ ସଂଘ ନିକଟ ହୃଷିକେଶ ଓଝାଙ୍କ ପରିବା ଗୋଦାମରେ ପ୍ରଥମେ ନିଆଁ ଲାଗିଥିଲା । ଦେଖୁ ଦେଖୁ ନିଆଁ ଅନ୍ୟ ପରିବା ଦୋକାନକୁ ବ୍ୟାପିଥିଲା । ଏହା ଖବର ପାଇ ସଙ୍ଗେ ସଙ୍ଗେ କଳ୍ପନା, ସେକ୍ରେଟାରୀଏଟ ଓ ଚନ୍ଦ୍ରଶେଖରପୁର ଦମକଳ କେନ୍ଦ୍ର ଓ ବରମୁଣ୍ଡା ଓଫଡ୍ରାରୁ ୧୧ଟି ଦମକଳ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚିଥିଲା । ଅଗ୍ନିଶମ ବାହିନୀ ଅକ୍ଲାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି । ତେବେ କେଉଁ କାରଣ ଯୋଗୁଁ ନିଆଁ ଲାଗିଥିଲା ତାହା ଅନୁସନ୍ଧାନ କରାଯିବ ବୋଲି କହିଛନ୍ତି ଅଗ୍ନିଶମ ଡ଼ିଆଇଜି । Post navigation Pitabas Panda murder case: ସେପ୍ଟେମ୍ବରରେ ହୋଇଥିଲା ପୀତବାସ ପଣ୍ଡାଙ୍କୁ ହତ୍ୟା ଯୋଜନା: ବ୍ରହ୍ମପୁର ଏସ୍ପି Bjd pressmeet: ପୀତବାସଙ୍କ ହତ୍ୟା ମାମଲା; ରାଜନୈତିକ ଉଦ୍ଦେଶ୍ୟରେ ବିକ୍ରମଙ୍କୁ ଫସାଇବା ପାଇଁ ଷଡ଼ଯନ୍ତ୍ର: ବିଜେଡି