ନର୍ସିଂହୋମ୍‌ରେ ଅଗ୍ନିକାଣ୍ଡକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ସେ କହିଛନ୍ତି ନର୍ସିଂହୋମ୍‌ରେ ନିଆଁ ଲାଗିବା ଘଟଣାର ସ୍ଥିତି ବର୍ତ୍ତମାନ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । ସୂଚନା ପାଇବା ମାତ୍ରେ ଉଦ୍ଧାର କାର୍ଯ୍ୟ ହୋଇଥିଲା । ଭେଣ୍ଟିଲେଟରରେ ଥିବା ଶିଶୁମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ସ୍ବାସ୍ଥ୍ୟ ସଚିବ, ଅଗ୍ନିଶମ ଡିଜି, ଜିଲ୍ଲାପାଳଙ୍କ ସହ କଥା ହୋଇଛି । ଦୋଷୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ ହେବ। ଏହାଛଡା ଭେଣ୍ଟିଲେଟରରେ ଥିବା ଶିଶୁଙ୍କ ପାଇଁ ମେଡିକାଲ୍ ଟିମ୍ ଗଠନ ହୋଇଛି ।

Leave a Reply

Your email address will not be published. Required fields are marked *