ଭୁବନେଶ୍ୱର ଧଉଳି ଲିଙ୍ଗିପୁର ନିକଟରେ ଥିବା ସୁପର ମାର୍ଟରେ ଅଗ୍ନିକାଣ୍ଡ ଘଟିଯାଇଛି । ଗତକାଲି ରାତି ୧୦ଟାରୁ ସୁପରମାର୍ଟର ୩ୟ ମହଲାରେ ନିଆଁ ଲାଗିଥିବା ବେଳେ ଏ ପର୍ଯ୍ୟନ୍ତ ଘଣ୍ଟା ପରେ ମଧ୍ୟ ଆୟତ୍ତ ହୋଇପାରିନି ନିଆଁ । ତେଣୁ ପାଣି ଦ୍ଵାରା ନୁହେଁ, ଫୋମ ଦ୍ଵାରା ନିଆଁକୁ ଆୟତ କରାଯିବ ବୋଲି ଜଣାପଡିଛି । ନିଆଁକୁ ଆୟତ କରିବା ବର୍ତ୍ତମାନ ସମ୍ଭବ ହେଉନାହିଁ । ତେଣୁ ଫୋମର ସହାୟତା ନିଆଯିବ । ଅଗ୍ନିଶମ ଗାଡ଼ି ସମ୍ପୂର୍ଣ ଭାବରେ ମହଜୁଦ ଅଛି । ପାଣି ଦ୍ଵାରା ନିଆଁ ଲିଭିଭା ସମ୍ଭବ ହେଉ ନାହିଁ ।

ଅନ୍ୟପଟେ ଘରର ଚତୁର୍ଥ ମହଲାକୁ ପ୍ରବେଶ କରିବା ସମ୍ଭବ ହେଉ ନାହିଁ । ଯାହାଦ୍ବାରା କାନ୍ଥ ଭଙ୍ଗା ଯାଇଛି । ଏବେ ଆଶା କରିବା ନିଆକୁ ଆୟତ କରାଯିବ ବୋଲି ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀ କହିଛନ୍ତି। ଜଳୁଛି ସୁପର ମାର୍ଟ।

ଗତକାଲି ରାତିରୁ ଲାଗିଛି ନିଆଁ । ଦୀର୍ଘ ୧୦ ଘଣ୍ଟା ପରେ ମଧ୍ୟ ଆୟତ୍ତ ହୋଇପାରିନି। ଭୁବନେଶ୍ବର ଶିଶୁପାଳଗଡ ନୂଆଗାଁ ମା’ ତାରିଣୀ ବସ୍ତ୍ରାଳୟ ପଛପଟ ମାର୍କେଟ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ । ଜଳିଯାଇଛି ପ୍ଲାଷ୍ଟିକ ସାମଗ୍ରୀ ଓ କପଡ଼ା ଆଇଟମ। ପୋଡ଼ି ପାଉଁଶ ହୋଇଛି ଲକ୍ଷାଧିକ ଟଙ୍କାର ସାମଗ୍ରୀ । ରାସ୍ତା ଉପରେ ଥିବା ସୁପର ମାର୍କେଟର ତୃତୀୟ ମହଲାରେ ଲାଗିଛି ନିଆଁ। ହୁତ୍ ହୁତ୍ ହୋଇ ଜଳିଯାଇଥିଲା ଦୋକାନ ଭିତରେ ଥିବା ସାମଗ୍ରୀ। ତୃତୀୟ ମହଲାରେ ଥିବା ଅନେକ ପ୍ଲାଏ, ପ୍ଲାଷ୍ଟିକ ଓ କପଡ଼ା ଯୋଗୁଁ ନିଆଁ ଭୟାନକ ରୂପ ନେଇଥିଲା। ସର୍ଟ ସର୍କିଟ ରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି।

ସୂଚନା ଯୋଗ୍ୟ; ସୋମବାର ରାତିରେ ଓଡ଼ିଶାର ଭୁବନେଶ୍ୱରର ଧଉଳି-ଲିଙ୍ଗିପୁର ନିକଟରେ ଏକ ସୁପରମାର୍କେଟ୍‌ରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ନିଆଁ ୧୪ ଘଣ୍ଟାରୁ ଅଧିକ ସମୟ ଧରି ଜାରି ରହିଥିବା ବେଳେ ବର୍ତମାନ ସୁଦ୍ଧା ୪୦ଟି ଅଗ୍ନିଶମ ଗାଡି ନିଆଁ ଲିଭାରେ ନିୟୋଜିତ ଅଛନ୍ତି । ଦମକଳ ବାହିନୀରୁ ଅତ୍ୟାଧୁନିକ କ୍ରେନ୍ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛି । ନିଆଁର କୋପ ଏତେ ତୀବ୍ର ଥିଲା ଯେ ଆଖପାଖରେ ଥିବା ଦୋକାନ ଓ ମାର୍କେଟ କମ୍ପ୍ଲେକ୍ସକୁ ବ୍ୟାପିବାର ଭୟ ମଧ୍ୟ ଦେଖାଯାଇଥିଲା । ଏହି ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ତେବେ ବିଦ୍ୟୁତ୍ ସର୍ଟ୍ ସର୍କିଟ୍ କିମ୍ବା ଅନ୍ୟ କୌଣସି ଅସାବଧାନତା ଯୋଗୁଁ ଏହା ହୋଇଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ପୁଲିସ୍ ଓ ଅଗ୍ନିଶମ ବାହିନୀ ତଦନ୍ତ ଜାରି ରଖିଛନ୍ତି । ଏହି ଘଟଣାରେ ବ୍ୟାପକ ଆର୍ଥିକ କ୍ଷତି ହୋଇଛି ।

Leave a Reply

Your email address will not be published. Required fields are marked *