ରାଜଧାନୀ ଭୁବନେଶ୍ଵର ଜାଗମରାସ୍ଥିତ ଆଇଟିଇଆର (ITER) କଲେଜରେ ଭୟାବହ ନିଆଁ ଲାଗିଛି । ଫଳରେ କଲେଜ ଭିତରେ ଧୂଆଁମୟ ପରିବେଶ ସୃଷ୍ଟି ହୋଇଛି । ପ୍ରାରମ୍ଭିକ ସୂଚନାରୁ ଜଣାପଡିଛି ଯେ ଅଗ୍ନିକାଣ୍ଡରେ ଛାତ୍ରଙ୍କ ସମେତ କିଛି ଲୋକ ଆହତ ହୋଇଛନ୍ତି । ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାୟୀ, ଘଟଣାଟି ଘଟିବା ସମୟରେ ଶ୍ରେଣୀଗୃହରେ ଛାତ୍ରଛାତ୍ରୀ, କର୍ମଚାରୀ ଏବଂ ଅଧ୍ୟାପକ ସମେତ ପ୍ରାୟ ୧୦୦ ଜଣ ଉପସ୍ଥିତ ଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଛି । ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ତେବେ କେଉଁ କାରଣରୁ ନିଆଁ ଲାଗିଛି ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି । Post navigation ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ଛାଡ଼ ନିର୍ଦ୍ଦେଶ ଘଣ୍ଟାକ ମଧ୍ୟରେ ପ୍ରତ୍ୟାହୃତ ସେଇ କଲ୍ୟାଣ ରଥ ଏଇ କଲ୍ୟାଣ ରଥ କି ?