Fire at Orissa High Court premises sparks panic
ଓଡ଼ିଶା ହାଇକୋର୍ଟ ସମ୍ମୁଖରେ ଦେଖିବାକୁ ମିଳିଛି ଅଗ୍ନିକାଣ୍ଡର ଭୟଙ୍କର ରୂପ । ହାଇକୋର୍ଟର ସମ୍ମୁଖ ଭାଗ ପ୍ରାୟ ଅଧ ଘଣ୍ଟା ଧରି ନିଆଁ ଏବଂ ଧୂଆଁରେ ବୁଡ଼ି ରହିଥିଲା । ହାଇକୋର୍ଟ ପରିସର ବାହାରେ ପାର୍କିଂ ହୋଇଥିବା ଏକ ଦାମୀ ସ୍କର୍ପିଓ ଗାଡ଼ି ସମେତ ୩ଟି ଦୁଇ ଚକିଆ ଯାନ ମଧ୍ୟ ଜଳି ଯାଇଛି ।
 
ତଦନ୍ତ ପରେ ଜଣେ ମହିଳା ଏହି ନିଆଁ ଲଗାଇଥିବା ସ୍ୱୀକାର କରିଛନ୍ତି । ମହିଳା ଜଣକ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ବିରିଡି ଥାନା ବତୀମରା ଗ୍ରାମର ମିନତି ସାହୁ ।
 
ମହିଳା ଯୋଜନାବଦ୍ଧ ଭାବେ କନା ଉପରେ ପେଟ୍ରୋଲ ଢ଼ାଳି ସେଥିରେ ନିଆଁ ଲଗାଇବା ପରେ, ତାହାକୁ କୋର୍ଟ ପାଚେରୀ ଭିତରକୁ ଫୋପାଡ଼ିବାକୁ ଚେଷ୍ଟା କରୁଛନ୍ତି । ତାଙ୍କର ପାରିବାରିକ ସମସ୍ୟା ଏବଂ ଆଇନଗତ ସମସ୍ୟା ଯୋଗୁଁ ସେ ନିଆଁ ଲଗାଇଥିବା କହିଛନ୍ତି ।
 

By Nirvay

Leave a Reply

Your email address will not be published. Required fields are marked *