ଜମି ଦେବାକୁ କହି ଲୋକଙ୍କୁ କୋଟି କୋଟି ଟଙ୍କା ଠକେଇ କରିଥିବା ମାମଲାରେ ‘ମା’ ତାରିଣୀ ଇଷ୍ଟକନ୍ ପ୍ରାଇଭେଟ୍ ଲିମିଟେଡ୍ ବିଲଡର ତଥା ଚଳଚ୍ଚିତ୍ର ପ୍ରଯୋଜକ ନିରଞ୍ଜନ ରଣା ଗିରଫ । ମିଛ ଜମି ଦେଖାଇ ଲୋକଙ୍କୁ ଠକିବା ଅଭିଯୋଗରେ ଗିରଫ କମିଶନରେଟ ପୋଲିସ ନିରଞ୍ଜନ ରଣାଙ୍କୁ ଗିରଫ କରିଛି । ଗିରଫ ସହ ଟଙ୍କା ଏବଂ ଗାଡି ମଧ୍ୟ ଜବତ କରିଛି ପୋଲିସ । ଏହା ସହ ପୂର୍ବରୁ ମଧ୍ୟ ଜମି ଠକେଇ ଅଭିଯୋଗରେ ବାରମ୍ବାର ଗିରଫ ହୋଇଥିଲେ ନିରଞ୍ଜନ । ନିରଞ୍ଜନଙ୍କ ନାଁରେ ୭ ଏନ୍‌ବିଡବ୍ଲୁ ସହ ୩୫ ମାମଲା ରହିଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ବିଲଡର ତଥା ଚଳଚ୍ଚିତ୍ର ପ୍ରଯୋଜକ ନିରଞ୍ଜନ ରଣା ଜମି ଦେବା ନାଁରେ ଲୋକଙ୍କୁ ଠକେଇ କରିଥିବା ଟଙ୍କାରେ ଫିଲ୍ମ ମଧ୍ୟ ନିର୍ମାଣ କରୁଥିବାର ଅଭିଯୋଗ ଆସିଥିଲା । ଟଙ୍କା ମାଗିବାରୁ ଆଉ ଲୋକଙ୍କୁ ଧରାଛୁଆଁ ଦେଉନଥିବା ଅଭିଯୋଗ ପରେ ପୋଲିସ ନିରଞ୍ଜନ ରଣାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ମଧ୍ୟ କରିଥିଲା । ଶେଷରେ ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣାଙ୍କୁ ଗିରଫ କରିବାରେ ସଫଳ ହୋଇଛି କମିଶନରେଟ ପୋଲିସ । ନିରଞ୍ଜନ ରଣା ଗିରଫ ହେବା ସହ ତାଙ୍କ ନିକଟରୁ ନଗଦ ଟଙ୍କା ଏବଂ ଗାଡି ଜବତ ହୋଇଛି । ଅଭିଯୋଗ ଅନୁସାରେ ଠକେଇ ହୋଇଥିବା ଠଙ୍କା କେଉଁ ସବୁ ଫିଲ୍ମରେ ଲାଗିଛି ନା ଆଉ କାହାକୁ କେତେ ପରିମାଣର ଟଙ୍କା ଦିଆଯାଇଛି । ସେନେଇ ମଧ୍ୟ ଛାନ୍‌ଭିନ୍ ଜାରି ରଖିଛି ପୋଲିସ ।

 

 

Leave a Reply

Your email address will not be published. Required fields are marked *