ସମ୍ବଲପୁର ପ୍ରାଣୀ ଉଦ୍ୟାନରେ ରହୁଥିବା ବାଘୁଣୀ ରାଣୀର ମୃତ୍ୟୁ ହୋଇଛି। ତେବେ ୭ ବର୍ଷିୟ ବାଘୁଣୀ ରାଣୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ନେଇ ଆଜି ସମ୍ବଲପୂର ଠାରେ ନିଜ କାର୍ଯ୍ୟାଳୟରେ ହୀରାକୁଦ ବନ୍ୟପ୍ରାଣୀ ଡ଼ିଭିଜନର ଡିଏଫଓ ଅଂଶୁପ୍ରଜ୍ଞା ଦାଶ ସୂଚନା ଦେଇଛନ୍ତି। ଗର୍ଭାଶୟରେ ସଂକ୍ରମଣ ଚିହ୍ନଟ ହେବା ପରେ ରାଣୀର ଚିକିତ୍ସା କରାଯାଉଥିଲା । ଡିଏଫଓଙ୍କ ସୁଚନା ମୁତାବକ ଗତକାଲି ରାଣୀର ସ୍ଥିତି ସ୍ବଭାବିକ ଥିବା ବେଳେ ସଂଧ୍ୟାରେ ହଠାତ୍ ରାଣୀ ଅସୁସ୍ଥ ହୋଇପଡିଥିଲା। ତେବେ ସଙ୍ଗେ ସଙ୍ଗେ ରାଣୀର ଚିକିତ୍ସା ଆରମ୍ଭ କରାଯାଇଥିବା ବେଳେ ଗତ ରାତି ୯ ଟା ୩୦ ମଧ୍ୟରେ ରାଣୀର ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ ବାଘୁଣୀ ରାଣୀର ମୃତ୍ୟୁ ଗର୍ଭାଶୟ ଜନିତ ସଂକ୍ରମଣ ଚିହ୍ନଟ ହେବା ପରେ ରାଣୀର ଚିକିତ୍ସା କରାଯାଉଥିଲା ଏହା ପରେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଛି । ଏହାସହ ପୂର୍ବରୁ ନୂଆପଡାରୁ ଆସିଥିବା ବାଘ ସାଙ୍ଗରେ ରାନୀର ମିଳନ ହୋଇଥିଲା । ଡିସେମ୍ବର ତୃତୀୟ ସପ୍ତାହରେ ଗର୍ଭ ପରୀକ୍ଷା ହୋଇଥାନ୍ତା ବୋଲି ସୂଚନା ମିଳିଛି । Post navigation ଓଡ଼ିଶାରେ ହେବ ଗୋହତ୍ୟା ବନ୍ଦ: ବିଜେପିର ଦୃଢ଼ୋକ୍ତି; ବିଜେଡିର ପ୍ରଶ୍ନ ଓଡ଼ିଶାର ଦୁଇଟି ଜିଲ୍ଲାରେ ମିଳିଛି ସୁନା ଖଣିର ସନ୍ଧାନ