ରାଜଧାନୀ ଉପକଣ୍ଠ ବାଲିପାଟଣାରେ ସମ୍ପତ୍ତି ପାଇଁ ଜଣେ ଯୁବକଙ୍କୁ ପୋଡ଼ି ହତ୍ୟା କରିବା ଘଟଣାରେ ଅଭିଯୁକ୍ତ ବାପା, ସାବତ ମାଆ ଓ ସାବତ ଭାଇଙ୍କୁ ଗିରଫ କରିଛି ପୋଲିସ । ଦୀର୍ଘ ବର୍ଷର ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜ୍ୟୋତିକୁ ତାଙ୍କ ବାପା ସୁରେନ୍ଦ୍ର ମାଠିଆ, ସାବତ ମାଆ ପ୍ରଭାତୀ ମାଠିଆ ଓ ସାବତ ଭାଇ ପ୍ରଶାନ୍ତ ମାଠିଆ ହତ୍ୟା କରିଥିବା ତଦନ୍ତରୁ ଜଣାପଡ଼ିଛି । ମୃତ୍ୟୁ ପୂର୍ବରୁ ଯୁବକ ଜଣଙ୍କ ତିନି ଜଣଙ୍କ ନାଁରେ ଅଭିଯୋଗ କରିଥିଲେ । ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଲିପାଟଣା ଥାନା ପୋଲିସ । ସାବତ ମାଆ, ଶ୍ୱଶୁର, ଦିଅର, ଯାଆ ସମସ୍ତେ ମିଶି ସ୍ୱାମୀକୁ ମାରି ଦେଇଥିବା ଅଭିଯୋଗ କରିଛନ୍ତି ଜ୍ୟୋତିଙ୍କ ପତ୍ନୀ । ଯୁବକଙ୍କ ଶରୀରର ୮୦ରୁ ଉର୍ଦ୍ଧ ପ୍ରତିଶତ ପୋଡ଼ି ଯାଇଥିଲା । ଭୁବନେଶ୍ୱର ଏମସ ରେ ଆଜି ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଅଭିଯୁକ୍ତଙ୍କ ବିରୁଦ୍ଧରେ BNS ଦଫା ୧୧୮(୨), ୧୦୯, ୧୦୩/୩(୫) ରେ ମାମଲା ରୁଜୁ ହୋଇଛି । Post navigation ଲଘୁଚାପ କ୍ଷେତ୍ର ପ୍ରଭାବରେ ୨୦ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ମା’ ସମଲେଇଙ୍କ ପାଇଁ ଧାର୍ଯ୍ୟ ହେଲା ନୂଆଁଖାଇ ଲଗ୍ନ