କନଷ୍ଟେବଳ ଶୁଭମିତ୍ରା ମୃତ୍ୟୁ ଘଟଣାରେ ଗୋଟେ ପରେ ଗୋଟେ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଏବେ ଶୁଭମିତ୍ରାର ମୃତ୍ୟୁକୁ ନେଇ ବାପା ଗୁରୁତର ଅଭିଯୋଗ ଆଣିଛନ୍ତି । କେବଳ ଦୀପକ ନୁହେଁ, ଏହା ପଛରେ ତା ବିଲ୍ଡର ଭାଇ ମାଷ୍ଟରମାଇଣ୍ଡ୍ ଥିବାବେଳେ ତାର ମଉସା, ମାଉସୀ, ମାଉସୀ ପୁଅ, ଡାକ୍ତର ଭଣଜା ମଧ୍ୟ ସମ୍ପୃକ୍ତ ଥିବା ଶୁଭମିତ୍ରାଙ୍କ ବାପା ଅଭିଯୋଗ କରିଛନ୍ତି । ଦୀପକ, ପ୍ରଥମ ସ୍ତ୍ରୀକୁ ମାରି ଦୁର୍ଘଟଣାର ରୂପ ଦେଇ ୧.୫ କୋଟି ବୀମା ଟଙ୍କା ପାଇଥିବାବେଳେ ତାଙ୍କ ଝିଅକୁ ଏକତରଫା ବାହା ହୋଇ କୋଟିଏ ୨୫ ଲକ୍ଷର ବୀମା କରିଥିବା କଥା ସେ କହିଛନ୍ତି । ଉପର କୋର୍ଟକୁ ଯିବାକୁ ଅସମର୍ଥ ହେଲେ ନ୍ୟାୟ ନ ପାଇଲେ ଆତ୍ମହତ୍ୟା କରିବେ ବୋଲି ଶୁଭମିତ୍ରାଙ୍କ ବାପା ଅଭିଯୋଗ କରିଛନ୍ତି । ୬ ତାରିଖରେ ସେ ଏତଲା କରିଥିଲେ, ତତ୍କ୍ଷଣାତ ଖୋଜିଥିଲେ ଝିଅ ବଞ୍ଚିଯାଇଥାନ୍ତା ବୋଲି ଶୁଭମିତ୍ରାଙ୍କ ବାପା କହିଛନ୍ତି । ସୂଚନାଯୋଗ୍ୟ, ଦୀପକଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ଟ୍ରାଫିକ କନଷ୍ଟେବଳ ଶୁଭମିତ୍ରାଙ୍କୁ କୋର୍ଟରେ ବିବାହ କରିଥିଲେ । ତେବେ ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବାରୁ ଦୀପକ ତାଙ୍କୁ ତଣ୍ଟିଚିପି ହତ୍ୟା କରିଥିଲେ । Post navigation ବିଧାନସଭାରେ ଚୋରି ସାମଗ୍ରୀ ଫେରାଇବାକୁ ବାଚସ୍ପତିଙ୍କୁ କଂଗ୍ରେସ ବିଧାୟକଙ୍କ ଚିଠି ବିରୋଧୀଙ୍କୁ ମୁକାବିଲା କରିବାକୁ ପ୍ରସ୍ତୁତ: ବିଜେପି