ରାଜ୍ୟ ସମବାୟ ବିଭାଗ ବଡ଼ ନିଷ୍ପତ୍ତି ନେଇଛି । ଏଣିକି ଛୁଟି ଦିନରେ ମଧ୍ୟ ଚାଷୀ ପଞ୍ଜିକରଣ ହେବ । ଅଗଷ୍ଟ ୨୦ ତାରିଖରେ ପଞ୍ଜୀକରଣ ଶେଷ ହେଉଥିବା ବେଳେ ଟାର୍ଗେଟ୍ ପୂରଣ ନହେବାରୁ ଏଭଳି ନିଷ୍ପତ୍ତି ନେଇଛି ବିଭାଗ । ଛୁଟି ଦିନ ଓ ରବିବାର ଦିନ ଅଫିସ୍ ଖୋଲିବାକୁ ସମବାୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସକାଳ ୮ଟାରୁ ରାତି ୮ ଯାଏଁ ହେବ ପଞ୍ଜିକରଣ । PACS/LAMPCS/SHG/PPରେ ପଞ୍ଜୀକରଣ ସନ୍ତୋଷଜନକ ନୁହେଁ ବୋଲି କହିଛି ସମବାୟ ବିଭାଗ । ଏବେବି ରାଜ୍ୟର ଅନେକ ଚାଷୀ ପଞ୍ଜିକରଣ କରି ନଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । Post navigation ଭିଜିଲାନ୍ସ ଜାଲରେ ମୁନିଗୁଡାର ସ୍ୱାସ୍ଥ୍ୟକର୍ମୀ କୀଟନାଶକ ପିଇ ଚାଷୀ ଆତ୍ମହତ୍ୟା ଅଭିଯୋଗ