ରାଜ୍ୟରେ ଧାନ କିଣାକୁ ନେଇ ଚାଷୀକୂଳ ବେଶ ଅସନ୍ତୁଷ୍ଟ ଥିବା ବେଳେ ରାଜ୍ୟରେ ଧାନ କିଣା ପ୍ରକ୍ରିୟା ସଠିକ୍ ଭାବେ ଚାଲିଛି ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ମନ୍ତ୍ରୀ କହିଛନ୍ତି ଯିଏ ଆନ୍ଦୋଳନ କରୁଛନ୍ତି ସେମାନେ ଚାଷୀ ନୁହନ୍ତି । ସରକାରଙ୍କୁ ବଦ୍ନାମ କରିବାକୁ ଫେକ୍ ଚାଷୀ ଚେଷ୍ଟା କରୁଛନ୍ତି । ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଯିଏ ଆନ୍ଦୋଳନ କରୁଛନ୍ତି ସେମାନେ ଚାଷୀ ନୁହନ୍ତି । କେବଳ ବଡ ଚାଷୀ ହିଁ ବିରୋଧ କରୁଛନ୍ତି । ଗତ ବର୍ଷ ୫୦୦ କୁଇଣ୍ଟାଲ ବିକିଥିଲେ । ଏଥର କ୍ୟାପ୍ସ ହୋଇଥିବାରୁ ଅସୁବିଧା ହେଉଛି । ତେଣୁ ୧୫ ଦିନ ଟୋକେନ ଅବଧି ବୃଦ୍ଧି କରାଯାଉଛି । ମିଲରଙ୍କ ପାଖରେ ଜାଗା ନ ଥିବାରୁ ଧାନ କିଣା ପ୍ରକ୍ରିୟା ଧିରେ ହେଉଛି । କିନ୍ତୁ ସରକାରଙ୍କୁ ବଦାନ କରିବାକୁ ଫେକ୍ ଚାଷୀ ଚେଷ୍ଟା କରୁଛନ୍ତି । ସେଥିରେ ସେମାନେ ସଫଳ ହେବେନି । ସବୁ ଚାଷୀଙ୍କ ଧାନ ଉଠିବ । ଚାଷୀଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ । ସୂଚନା ଯୋଗ୍ୟ; ରାଜ୍ୟରେ ଧାନ କିଣାକୁ ନେଇ ମଣ୍ଡିରେ ଘୋର ଅବ୍ୟବସ୍ଥାର ପରିଣାମ ଚାଷୀଙ୍କୁ ଭୋଗିବାକୁ ପଡୁଛି । ଏହାକୁ ନେଇ ରାଜରାସ୍ତାରେ ବି ନିଜର ଅସନ୍ତୋଷ ଜାହିର କରିଛନ୍ତି ଚାଷୀ । Post navigation Wedding Gift Bag Theft In Bhubaneswar: ବିବାହ ମଣ୍ଡପରୁ କନ୍ୟାର ଗିଫ୍ଟ ବ୍ୟାଗ୍ ଚୋରି; ସାଢ଼େ ୩ ଲକ୍ଷ ଟଙ୍କା ନେଇ ଚମ୍ପଟ୍ ମାରିଲା ଚୋର