ଆସନ୍ତାକାଲିଠାରୁ ଆରମ୍ଭ ହେବାକୁଥିବା ପ୍ରବାସୀ ଭାରତୀୟ ଦିବସ ପାଇଁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର। ଗତକାଲି ବୈଦେଶିକ ମନ୍ତ୍ରୀ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହା ପରେ ସେ କୋଣାର୍କ ଇକୋ ରିଟ୍ରିଟ୍ରେ ରାତ୍ରୀଯାପନ କରିଥିଲେ । ଆଜି ସକାଳୁ ସେ କୋଣାର୍କ ପରିସର ବ୍ୟାଖାନ କେନ୍ଦ୍ର ବୁଲି ଦେଖିବା ପରେ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିଛନ୍ତି ଏସ୍. ଜୟଶଙ୍କର। ଓଡ଼ିଶାର କଳା, ସଂସ୍କୃତିକୁ ବହନ କରୁଥିବା ସୂର୍ଯ୍ୟମନ୍ଦିରକୁ ପରିଦର୍ଶନ କରୁଛନ୍ତି ବୈଦେଶିକ ମନ୍ତ୍ରୀ। ଏହା ପୁରୀ ଗସ୍ତରେ ଯିବେ ବୋଲି ଜଣାଯାଇଛି। କେନ୍ଦ୍ର ମନ୍ତ୍ରୀଙ୍କ କୋଣାର୍କ ଗ୍ରସ୍ତକୁ ନେଇ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅନ୍ୟପଟେ ଆସନ୍ତା ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଏସ୍. ଜୟଶଙ୍କର ଉପସ୍ଥିତ ରହିବେ। ୧୦ ତାରିଖରେ ସେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସୂଚନା ମିଳିଛି। Post navigation ଡିଏମ୍ଏଫ୍ ଦୁର୍ନୀତିର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ ନେପାଳ ସୀମାରେ ତିବ୍ବତରେ ଭୂମିକମ୍ପ; ୫୦ରୁ ଉର୍ଦ୍ଧ୍ବ ମୃତ