ମେଟ୍ରୋ ପାଇଁ କେନ୍ଦ୍ର ସରକାରଙ୍କୁ ଦିଆଯିବ ପ୍ରସ୍ତାବ । ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ଗଠନ ହେବ ବୈଷୟିକ କମିଟି । ଏ ନେଇ ଆଜି ସୂଚନା ଦେଇଛନ୍ତି ଗ୍ରାମ୍ୟ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି ମେଟ୍ରୋ ପ୍ରକଳ୍ପ ନେଇ ଆଜି ମନ୍ତ୍ରୀ ସ୍ତରୀୟ ଏକ ସବ୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯିବ । ଏଥିପାଇଁ ଏକ ବୈଷୟିକ କମିଟି ଗଠନ ହେବ । ଏହି କମିଟି ବିଭିନ୍ନ ସହରକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ପରେ ନୂଆ ଟ୍ରାକ୍ ନେଇ କମିଟି ରିପୋର୍ଟ ଦେବ । କମ୍ପ୍ରେହେନସିଭ୍ ମୋବିଲିଟି ପ୍ଲାନ୍ ତିଆରି ହୋଇଛି । କେଉଁ ଲାଇନ୍‌ରେ ଯିବ ଏବଂ କେଉଁଠି ପାର୍କିଂ ଅଞ୍ଚଳ ହେବ ଏଥିପାଇଁ କମିଟି ରିପୋର୍ଟ ଦେବ । ଏଥିପାଇଁ ସ୍ଥାନୀୟ ଲୋକ ଏବଂ ଗଣମାଧ୍ୟମଙ୍କ ମଧ୍ୟ ମତାମତ ନିଆଯିବ  ।

ସୂଚନା ଯୋଗ୍ୟ, ବିଜେଡ଼ି ସରକାର ସମୟରେ ମେଟ୍ରୋ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ କିଛି ଦିନ ପୂର୍ବରୁ ଲୋକସଭାରେ ଏକ ପ୍ରଶ୍ନରେ କେନ୍ଦ୍ର ମନ୍ତ୍ରୀ ଉତ୍ତର ରଖିଥିଲେ ଯେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରସ୍ତାବ ଦିଆଯାଇନଥିଲା । ତେବେ ଏଥିପାଇଁ ସମସ୍ତ ପୁରୁଣା ଟେଣ୍ଡର ପ୍ରକ୍ରିୟା ସରକାର ବାତିଲ କରିଛନ୍ତି । ଏହା ପରେ ପୂର୍ବରୁ ରାଜ୍ୟବାସୀ ମେଟ୍ରୋକୁ ନେଇ ଯେଉଁ ଖୁସି ହେଉଥିଲେ ତାହା ମଉଳି ଯାଇଥିଲା

Leave a Reply

Your email address will not be published. Required fields are marked *