ବିଷାକ୍ତ ଓ ନକଲି ମଦ ପିଇ ମୃତ୍ୟୁ ସଂଖ୍ୟା ବଢିଚାଲିଥିବା ବେଳେ ଅବକାରୀ ବିଭାଗର ଚଢ଼ଉ ଜାରି ରହିଛି। ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ନୀଳକଣ୍ଠନଗରରେ ଅବକାରୀ ବିଭାଗ ଚଢ଼ଉ କରି ବ୍ୟାପକ ଦେଶୀ ମଦ, ପୋଚ ଓ କଞ୍ଚାମାଲ ଜବତ କରିଛି। ଘର ଭିତରେ ଦେଶୀ ମଦ ରୋଷେଇ ଚାଲିଥିଲା। ଅବକାରୀ ବିଭାଗ ଜବତ ମଦ, ପୋଚ, କଞ୍ଚାମାଲ ନଷ୍ଟ କରିଛି ।

ସେହିପରି ଭୁବନେଶ୍ୱର ଅବକାରୀ ବିଭାଗ ପକ୍ଷରୁ ସଲିଆସାହି ମୁଣ୍ଡା ସାହିରେ ରେଡ ବେଳେ ପୁଣି ଏକ ଚୋରା ଦେଶୀ ମଦ ଭାଟି ଠାବ ହୋଇଛି। ବ୍ୟାପକ ପରିମାଣର ପୋଚ ଓ ମଦ ନଷ୍ଟ କରିଛନ୍ତି ଅବକାରୀ କର୍ମଚାରୀ। ଏଥିସହ ମଦ ପ୍ରସ୍ତୁତ ପାଇଁ ରଖାଯାଇଥିବା ପଡ଼ିଆକୁ ମଧ୍ୟ ନଷ୍ଟ କରିଛି ଅବକାରୀ ବିଭାଗ ସ୍କ୍ବାର୍ଡ ।

Leave a Reply

Your email address will not be published. Required fields are marked *