ଆଖି ବୁଜିଲେ ଖଣ୍ଡପଡ଼ା ରାଜା ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ । ପୂର୍ବତନ ଓଡ଼ିଶାର ମନ୍ତ୍ରୀ, ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ଏବଂ ତିନିଥର ବିଧାୟକ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ ହୋଇଛି । ହୃଦଜନିତ ସମସ୍ୟା ଯୋଗୁ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା । ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୧୯୮୦, ୧୯୮୫ ଓ ୧୯୯୫ ମସିହାରେ ସେ ଖଣ୍ଡପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ମନ୍ତ୍ରୀ ଏବଂ ଉପବାଚସ୍ପତି ଭାବେ ସେ ଦାୟିତ୍ଵ ନିର୍ବାହ କରିଥିଲେ ତଥା କଂଗ୍ରେସ ଦଳ ସହ ଦୀର୍ଘ ବର୍ଷ ଧରି ମର୍ଦ୍ଦରାଜ ଜଡ଼ିତ ଥିଲେ । Post navigation ଏକାଠି ହୋଇ ନାରୀଙ୍କୁ ସୁରକ୍ଷା ଦେବ ନାରୀ ନ୍ୟାୟ ବାହିନୀ ବଳଙ୍ଗା ପୀଡ଼ିତାକୁ ନ୍ୟାୟ ଦାବିରେ ଆଜି ବିଜେଡିର ୬ ଘଣ୍ଟିଆ ପୁରୀ ବନ୍ଦ ପାଳନ