ଏଣିକି ଆଇନ୍ ଅଧୀନରେ ରହିବେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଓ ରାଜ୍ୟ ମନ୍ତ୍ରୀ । ସଙ୍ଗୀନ ଅପରାଧ ମାମଲାରେ ଗିରଫ ହେଲେ ଯିବ ପଦ । ଲଗାତାର ୩୦ ଦିନ ଜେଲରେ ରହିଲେ ଇସ୍ତଫା ନ ଦେଲେ ବି ପଦ ରଦ୍ଦ ହେବ । ଏନେଇ ଆଜି ସଂସଦରେ ବିଲ୍ ଆଗତ ହୋଇଛି। ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଏହି ବିଲ୍ ଅନୁଯାୟୀ, ଯଦି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଏବଂ ରାଜ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଏ, ତେବେ ସେମାନଙ୍କୁ ସେମାନଙ୍କ ପଦରୁ ଇସ୍ତଫା ଦେବାକୁ ପଡିବ। ଗିରଫ ହେବା ପରେ ଏହି ନିୟମ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ। ଗୁରୁତର ଅପରାଧିକ ଅଭିଯୋଗରେ ଅଟକ ରଖାଗଲେ ସେମାନଙ୍କୁ ମଧ୍ୟ ସେମାନଙ୍କ ପଦରୁ ବହିଷ୍କାର କରାଯିବ। ଲଗାତାର ୩୦ ଦିନ ଜେଲରେ ରହିଲେ ଇସ୍ତଫା ନ ଦେଲେ ବି ପଦ ରଦ୍ଦ ହେବ । ଅନ୍ୟପଟେ କଂଗ୍ରେସ, ସମାଜବାଦୀ ପାର୍ଟି ସମେତ ପୂରା ବିରୋଧୀ ଦଳ ବିଲର ପୂରା ବିରୋଧ କରିଛନ୍ତି । କଂଗ୍ରେସ ବିଧେୟକକୁ ସଂପୂର୍ଣ୍ଣ ବିନାଶକାରୀ ଦର୍ଶାଇଥିବା ବେଳେ ଅମିତ ଶାହ କହିଛନ୍ତି, ବିଧେୟକକୁ ଯୁଗ୍ମ ସଂସଦୀୟ କମିଟି(ଜେପିସି) ପଠାଯିବ । Post navigation ପ୍ରତି ପଞ୍ଚାୟତରେ ନିଯୁକ୍ତ ହେବେ ପାରା ଲିଗାଲ ଭଲ୍ୟୁଣ୍ଟର ଲୋକସଭାରେ ପାସ୍ ହେଲା ଅନଲାଇନ୍ ଗେମିଂ ବିଲ୍-୨୦୨୫