୨୦୨୪-୨୫ ବର୍ଷ ପାଇଁ ଇଫିଏଫଓ ସୁଧହାର ଅପରିବର୍ତ୍ତିତ । ୮.୨୫ ପ୍ରତିଶତରେ ଇଫିଏଫଓ ସୁଧହାର ଅପରିବର୍ତ୍ତିତ ରହିଲା । ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ଅଧ୍ୟକ୍ଷତାରେ ଚଳିତ ମାସ ୨୮ ତାରିଖ (ଶୁକ୍ରବାର), EPFOର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (CBT)ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସୁଧହାରକୁ ଅପରିବର୍ତ୍ତିତ ରଖାଯାଇଛି । ତେବେ ସିବିଟିର ନିଷ୍ପତ୍ତି ପରେ, ୨୦୨୪-୨୫ ପାଇଁ ଇପିଏଫ୍ ଜମା ଉପରେ ସୁଧ ହାର ସମ୍ମତି ପାଇଁ ଅର୍ଥ ମନ୍ତ୍ରଣାଳୟକୁ ପଠାଯିବ । ଇଫିଏଫଓ ଅଧିନରେ ପ୍ରାୟ 7 କୋଟି ଆକାଉଣ୍ଟଧାରୀ ଅଛନ୍ତି । ଫେବୃଆରୀ ୨୦୨୪ ରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) ୨୦୨୩ -୨୪ ପାଇଁ EPF ଉପରେ ସୁଧ ହାରକୁ ସାମାନ୍ୟ ବୃଦ୍ଧି କରି ୮.୨୫ ପ୍ରତିଶତ କରିଥିଲା, ଯାହା ୨୦୨୨-୨୩ ରେ ୮.୧୫ ପ୍ରତିଶତ ଥିଲା। Post navigation ଲାଞ୍ଚ ନେଇ ଧରାପଡିଲେ କୁନ୍ଦୁଲି ଲ୍ୟାମ୍ପ ଶାଖା ଦାୟିତ୍ୱରେ ଥିବା ସତ୍ୟରଞ୍ଜନ ଚାଲାଣ ଉତ୍ତରାଖଣ୍ଡ ଚାମୋଲି ହିମସ୍ଖଳନ ଘଟଣାରେ ୪ ମୃତ